Below header

ଷ୍ଟାର୍‌ ରେଟିଂ, କେଉଁ ଶିଳ୍ପ ସଂସ୍ଥା ଚିମିନିରୁ କେତେ ଧୂଆଁ ବାହାରୁଛି ?

ଭୁବନେଶ୍ବର(କେନ୍ଯୁଜ୍) : ରାଜ୍ୟରେ ବଢ଼ି ଚାଲିଛି ବାୟୁ ପ୍ରଦୂଷଣ । ଏହାର ମୂଳ କାରଣ ସାଜିଛନ୍ତି ଶିଳ୍ପ ସଂସ୍ଥା । କଳକାରଖାନାରୁ ନିର୍ଗତ ଧୂଆଁ ପରିବେଶକୁ ଅଧିକ ପ୍ରଦୂଷିତ କରୁଛି । ରୋକ ଲଗାଇବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଷ୍ଟାର୍‌ ରେଟିଂ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି । ଅଧିକ ପ୍ରଦୂଷଣ କରୁଥିବା ଶିଳ୍ପସଂସ୍ଥାକୁ ମିଳିବ ଓ୍ଵାନ୍‌ ଷ୍ଟାର୍‌ । କମ୍‌ ପ୍ରଦୂଷଣକାରୀଙ୍କୁ ମିଳିବ ୫ ଷ୍ଟାର୍‌ ।

power-pollution-Re

କେଉଁ ଶିଳ୍ପ ସଂସ୍ଥା ଚିମିନିରୁ କେତେ ଧୂଆଁ ବାହାରୁଛି । କିଏ ଅଧିକ ପ୍ରଦୂଷଣ କରୁଛି ଓ କିଏ କମ୍‌ ? ସର୍ବସାଧାରଣରେ ଜଣାଇବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛିନ୍ତି ଷ୍ଟାର୍‌ ରେଟିଂ କାଯ୍ୟର୍କ୍ରମ । ଏହି ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବରେ ଏହି ପଦକ୍ଷେପ ନେଇଛି । ସର୍ବସାଧାରଣ ଅବଗତି ପାଇଁ ପ୍ରଦୂଷଣ ମାତ୍ରା ଅଧାରରେ ଶିଳ୍ପାନୁଷ୍ଠାନଗୁଡିକର ମୂଲ୍ୟାୟନ କରାଯିବ । ଅଧିକ ପ୍ରଦୂଷଣ କଲେ ମିଳିବ ଓ୍ଵାନ୍‌ ଷ୍ଟାର୍‌ । କମ୍‌ ପ୍ରଦୂଷଣକାରୀ ଶିଳ୍ପସଂସ୍ଥାଙ୍କୁ ମିଳିବ ୫ ଷ୍ଟାର୍‌ ।

star

କେଉଁ ଶିଳ୍ପ ସଂସ୍ଥା କେତେ ପ୍ରଦୂଷଣ କରୁଛନ୍ତି, ଅନ୍‌ଲାଇନରେ ଜଣାପଡ଼ିବ । www.ospcb.infoରେ ଏହା ଉପଲବ୍ଧ ହେବ । ବିଶେଷ କରି ଷ୍ଟିଲ୍‌, ସିମେଣ୍ଟ ଓ ଆଲୁମିନିୟମ୍‌ ଶିଳ୍ପ ସଂସ୍ଥାଗୁଡିକ ପ୍ରଦୂଷଣ ଅଧିକ କରୁଛନ୍ତି । ସୁକିନ୍ଦା, କଳିଙ୍ଗନଗର ଭଳି ଅନ୍ୟ କିଛି ଶିଳ୍ପାଞ୍ଚଳଗୁଡ଼ିକରେ ଏହାର ମାତ୍ରା ଅଧିକ । କଳକାରଖାନାର ଧୂଳିଧୂଆଁରେ ଅତିଷ୍ଠ ହେଉଛନ୍ତି ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.