Below header

ଅଳସୁଆଙ୍କ ପାଇଁ ନାସାର ନିଆରା ଅଫର, ଆରାମରେ ଶୋଇବା ବାବଦରେ ମିଳିବ ୧୧ ଲକ୍ଷ ଟଙ୍କା

ଆରାମରେ ଶୋଇବ । କିଛି ଟେନସନ୍ ନେବନି । କେହି ହଇରାଣ କରିବାକୁ ବି ରହିବେନି । ଏତେ ଆରାମ ସହ ମିଳିବ ୧୧ ଲକ୍ଷ ଟଙ୍କା । ବିଶ୍ବାସ ହେଉନାହିଁ ନା ? କିନ୍ତୁ ସତ । ଇଏ କେଉଁ ଗପ କି କାହାଣୀ ନୁହେଁ । ଏଭଳି ଅଫର ଦେଇଛି ନାସା ବା ଆମେରିକା ମହାକାଶ ବିଜ୍ଞାନ ଗବେଷଣା କେନ୍ଦ୍ର । ଆଳସ୍ୟ ପରାୟଣ ଲୋକଙ୍କ ଉପରେ ନାସା ଗବେଷଣା ଚଳାଇଛି । ବିଶେଷ କରି ଅଳସୁଆ ଓ ଯେଉଁଠି ଚାହିଁଲେ ସେଠି ଶୋଇ ପଡୁଥିବା ଲୋକଙ୍କ ଉପରେ ଏହି ଗବେଷଣା କରାଯାଉଛି । ଗବେଷଣାରେ ସାମିଲ ବ୍ୟକ୍ତିଙ୍କୁ ୭୦ ଦିନ ପାଇଁ ନାସାରା ଦ୍ବାରା ନିର୍ମିତ ସ୍ବତନ୍ତ୍ର କୋଠରୀରେ ରହିବାକୁ ପଡ଼ିବ ଏବଂ ନାସାର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବାକୁ ହେବ । ଏମିତିକି ଗାଧୋଇବା, ଖାଇବା ଓ ଶୋଇବା ଆଦି କାର୍ଯ୍ୟ ମଧ୍ୟ ନାସା ନିର୍ଦ୍ଦେଶରେ ହେବ । ଏକ ସ୍ବତନ୍ତ୍ର ବେଡରେ ୬ ଡିଗ୍ରୀ ଢଳିବା ଅବସ୍ଥାରେ ମୁଣ୍ଡ ରଖି ଶୋଇବାକୁ ହେବ । ତେବେ ସବୁ କିଛି ସେହି ସ୍ପେସ୍ ବିଏଡ୍ ରୁମ୍ ଭିତରେ କରିବାକୁ ପଡ଼ିବ । ଏଥିଲାଗି ପୂରା ୭୦ ଦିନ ସେହି ରୁମ୍ ଭିତରେ ହିଁ କଟାଇବାକୁ ପଡ଼ିବ । କେଉଁ ସ୍ଥିତିରେ ଜଣେ ଲୋକ ସହଜ ଓ ସ୍ବାଭାବିକ ଭାବରେ ସବୁ କାମ କରି ପାରୁଛି ତାକୁ ନେଇ କରାଯାଉଛି ଗବେଷଣା । ମହାକାଶରେ ଗବେଷଣା ବେଳେ ମହାକାଶଚାରୀଙ୍କ ସ୍ବାସ୍ଥ୍ୟ ଉପରେ କି ପ୍ରକାର ପ୍ରଭାବ ପଡୁଛି ତାର ଯାଞ୍ଚ କରିବା ଲାଗି ଏପ୍ରକାର ଗବେଷଣା କରାଯାଉଛି ।

ASTRONUT-2

ଗତ ବର୍ଷ ୨୮ ବର୍ଷ ଲନିସକି ନାମକ ଜଣେ ଯୁବକ ଏହି ଚ୍ୟାଲେଞ୍ଜ ନେଇ ୧୮ ହଜାର ଡଲାର ଅର୍ଜନ କରିଥିଲେ । ୭୦ ଦିନ ଧରି ତାଙ୍କୁ ଗୋଟିଏ ବେଡରେ ଶୋଇବାକୁ ପଡ଼ିଥିଲା । ମହାକାଶରେ ମଣିଷର ଅସ୍ଥି ଓ ମାଂସପେଶୀ ଉପରେ କି ପ୍ରକାର ପ୍ରଭାବ ପଡ଼ିଥାଏ ସେ ସମ୍ପର୍କରେ ଗବେଷଣା କରାଯାଇଥିଲା । ତେବେ ଅନେକ କଷ୍ଟ ସ୍ବୀକାର କରିବାକୁ ପଡ଼ିଥିଲା ବୋଲି ଲନିସକି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.