ସତ୍ଯବାଦୀରେ ପ୍ରସ୍ତାବିତ ଓଡ଼ିଆ ବିଶ୍ବବିଦ୍ଯାଳୟ, ବକୁଳ ବନରୁ ଗୋଟିଏ ବି ଗଛ କଟାଯିବ ନାହିଁ

ଭୁବନେଶ୍ବର (କେନ୍ଯୁଜ୍) : ସତ୍ୟବାଦୀ ବକୁଳ ବନରେ ହେବାକୁ ଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଖୁବ୍‌ ଶୀଘ୍ର ଜଣେ ଓଏସଡିଙ୍କୁ ନିଯୁକ୍ତି ଦିଆଯିବ। ଏହାର ଅସ୍ଥାୟୀ କାଯ୍ୟାର୍ଳୟ ସତ୍ୟବାଦୀ ପାନ୍ଥନିବାସରେ ରହିବ । ଚଳିତ ବର୍ଷ ବଜେଟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଦଶ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବକୁଳ ବନରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଗୋଟିଏ ବି ଗଛ କଟାଯିବ ନାହିଁ ।

ପରିବେଶ ଓ ଐତିହ୍ୟ ଉଭୟକୁ ଦୃଷ୍ଟିରେ ରଖି ନିର୍ମାଣ କାର୍ଯ୍ୟ କରାଯିବ । ବାଲି ପଥରରେ ଏକ ମହଲା କୋଠାରେ ହିଁ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯିବ । ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ଆବଶ୍ୟକ ପ୍ରାରମ୍ଭିକ କାର୍ଯ୍ୟ ତ୍ୱରାନ୍ଵିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହା ଉପରେ ସମୀକ୍ଷା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.