ହକି ବିଶ୍ୱକପକୁ ଜଗିବ ଡ୍ରୋନ୍‌ କ୍ୟାମେରା, ଆଉ ରହିଲା ମାତ୍ର ୭୨ ଦିନ

ଭୁବନେଶ୍ବର (କେନ୍ଯୁଜ୍) : ହକି ବିଶ୍ୱକପ୍‌କୁ ଆଉ ରହିଲା ୭୨ ଦିନ । ସୁରକ୍ଷା ପ୍ରସଙ୍ଗରେ ଓଡିଶା ପୋଲିସ ବାରମ୍ବାର ବୈଠକ କରୁଛି। ବିଶ୍ୱକପ୍‌ ସମୟରେ ସୁରକ୍ଷା ଲାଗି, ବ୍ୟବହାର ହେବ ଡ୍ରୋନ୍‌ କ୍ୟାମେରା । ଖୁବ୍‌ ଶିଘ୍ର ଏକ ଉନ୍ନତ ଜ୍ଞାନକୌଶ ଥିବା ଡ୍ରୋନ୍‌ କ୍ୟାମେରା କିଣିବ ପୋଲିସ । ସେହିଭଳି କଳିଙ୍ଗ ଷ୍ଟାଡିୟମରେ କାମ କରୁଥିବା କର୍ମଚାରୀମାନଙ୍କ ପରିଚୟ ପତ୍ର ପୋଲିସ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗ୍ୟାଲେରୀରୁ ଆରମ୍ଭ କରି ଦର୍ଶକ ଓ ଟ୍ରାଫିକ୍‌ ଉପରେ ନଜର ରଖିବ ଡ୍ରୋନ୍‌ । କମିଶନରେଟ ପୋଲିସ କାଯ୍ୟାର୍ଳୟରେ ରହିବ କଣ୍ଟ୍ରୋଲ ରୁମ୍‌। ଖୁବ୍‌ ଶୀଘ୍ର ଓଡିଶା ପୋଲିସ କିଣିବ ଏକ ଉନ୍ନତ ମାନର ଡ୍ରୋନ୍‌ । ଆବଶ୍ୟକ ପଡିଲେ ଅଧିକ କିଣାଯିବ । ସେହିଭଳି ଷ୍ଟାଡିୟମରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ପ୍ରମାଣପତ୍ର ପୋଲିସ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

hockey

ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲେ ଭାରତୀୟ ହକି ଟିମର ୨୫ ଖେଳାଳି । ମାସେ ଧରି କଳିଙ୍ଗ ଷ୍ଟାଡିୟମରେ ଚାଲିବ ପ୍ରଶିକ୍ଷଣ ଶିବିରା ଖେଳାଳି ରହୁଥିବା ହୋଟେଲରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୋଲିସ ।

ନଭେମ୍ବର ୨୮ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ବିଶ୍ୱକପ୍‌ । ଭାଗ ନେବେ ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ । ବିମାନବନ୍ଦରରୁ ଆରମ୍ଭ କରି ହୋଟେଲ ଓ ଷ୍ଟାଡିୟମ ପଯ୍ୟର୍ନ୍ତ ସବୁଠି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ । ଏଥିପାଇଁ ଓଡିଶା ପୋଲିସ ପକ୍ଷରୁ ବାରମ୍ବାର ସମୀକ୍ଷା ବୈଠକ ବସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.