Below header

ପ୍ରତି ସୋମବାର ସିଧାସଳଖ ସାଧାରଣ ଲୋକ ଭେଟି ପାରିବେ ପୋଲିସ୍ କମିଶନରଙ୍କୁ

ଭୁବନେଶ୍ବର (କେନ୍ୟୁଜ୍) : ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତିଙ୍କୁ ସିଧାସଳଖ ଅଭିଯୋଗ କରିପାରିବେ ଜନସାଧାରଣ । ଏନେଇ ଆଜି କମିଶନରେଟ ପୋଲିସ କାର୍ଯ୍ୟାଳୟରେ ଖୋଲାଯାଇଛି ଅଭିଯୋଗ ପ୍ରକୋଷ୍ଠ । ଏଣିକି ପ୍ରତି ସୋମବାର ଦିନ ଅଭିଯୋଗ ପ୍ରକୋଷ୍ଠରେ କମିଶନରଙ୍କୁ ଭେଟି ହେବ । ଏଥିପାଇଁ କୌଣସି ଆବେଦନ ପତ୍ରର ଆବଶ୍ୟକତା ନାହିଁ ବୋଲି ସୂଚନା ଦେଇଛନ୍ତି ନିଜେ ପୋଲିସ କମିଶନର । ଆଜି ରାଜଧାନୀର କିଛି ବ୍ୟକ୍ତି ଅଭିଯୋଗ କରିବା ପାଇଁ ଆସିଥିଲେ । ସେମାନେ ସିଧାସଳଖ ପୋଲିସ କମିଶନରଙ୍କ ସହ ଆଲୋଚନା କରିଥିଲେ । ପୋଲିସର ଏଭଳି ଆଉ ଏକ ଲୋକାଭିମୁଖୀ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ରାଜଧାନୀବାସିନ୍ଦା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.