ଶିକ୍ଷକ ସାଜିଲେ ଉଦାହରଣ, ପାଠପଢ଼ା ପାଇଁ କାନ୍ଧରେ ବସାଇ ଛାତ୍ରଛାତ୍ରୀଙ୍କୁ କଲେ ନଦୀ ପାର

ମାଲକାନାଗିରି (କେନ୍ଯୁଜ୍) : ସାହସିକତାର ଏକ ବଡ଼ ଉଦାହରଣ ସାଜିଲେ ଶିକ୍ଷକ । କାନ୍ଧରେ ବସାଇ ଛାତ୍ରଛାତ୍ରୀଙ୍କୁ ନଦୀ ପାର କଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଳକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଚିତ୍ରକୋଡପାଲ ଗାଁରେ । ଏଠାରେ ରହିଛି ପ୍ରାଇମେରୀ ମିଡିଲ୍‌ ସ୍କୁଲ୍‌ ।

ବିଦ୍ୟାଳୟକୁ ଯିବାକୁ ହେଲେ ବିପଦସଙ୍କୁଳ ଅବସ୍ଥାରେ ନାଳ ପାର ହେବାକୁ ପଡିଥାଏ । ପିଲାମାନେ ସ୍କୁଲରୁ ଫେରିବା ବେଳକୁ ପ୍ରବଳ ବର୍ଷା ଯୋଗୁଁ ନାଳରେ ଜଳସ୍ତର ବୃଦ୍ଧି ପାଇବା ସହ ପ୍ରଖର ସ୍ରୋତ ବାଧକ ସାଜିଥିଲା । ତେବେ ପିଲାଙ୍କୁ ପାଠ ପଢ଼ାଉଥିବା ଶିକ୍ଷକ ନିଜ କାନ୍ଧରେ ବୋହି ୧୫ଜଣ ଛାତ୍ରଛାତ୍ରୀଙ୍କୁ ନାଳ ପାର କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.