Below header

କିସରେ ପାଳିତ ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ

ଭୁବନେଶ୍ବର (କେନ୍ୟୁଜ୍) : ଭୁବନେଶ୍ବର ସ୍ଥିତ କିସ୍ ବିଶ୍ବବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ପାଳିତ ହୋଇଛି । ମୋଦି ୬୯ ବର୍ଷ ବୟସରେ ପଦାର୍ପଣ କରିଥିବା ବେଳେ କିସର ୨୭ ହଜାର ଜନଜାତି ଛାତ୍ରଛାତ୍ରୀ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ତାଙ୍କର ଦୀର୍ଘ, ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ । ଏହି ଅବସରରେ ପିଲାଙ୍କ ମଧ୍ୟରେ ମୋଦିଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ସେମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇ କବିତା ପାଠ କରିଥିଲେ । ସେହିପରି ମୋଦିଙ୍କ ଜୀବନୀ ଉପରେ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ପିଲାମାନେ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ଲେଖିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.