ଭିନ୍ନ ଅନ୍ଦାଜରେ ଖିଲାଡ଼ି କୁମାର ଦେଲେ ପୁଅକୁ ଜନ୍ମଦିନର ଶୁଭେତ୍ସା, କହିଲେ “ମୁଁ ନୁହଁ ଭଲ ଆକ୍ଟର”

ମୁମ୍ବାଇ : ଭର୍ସାଟାଇଲ ଆକ୍ଟର ଅକ୍ଷୟ କୁମାରଙ୍କୁ ପସନ୍ଦ ନୁହେଁ ନିଜ ଆକ୍ଟିଂ। ଆଜ୍ଞା ଏକଥା ଆମେ କହୁନୁ ସେ ନିଜେ ତାଙ୍କ ମୁହଁରେ କହିଛନ୍ତି । ବଲିଉଡ଼ର ଖିଲାଡ଼ି ଭାବେ ଜଣାଯାଉଥିବା ଅକ୍ଷୟ କହିଛନ୍ତି ତାଙ୍କ ଠାରୁ ସ୍ମାର୍ଟ, ଟ୍ୟାଲେଣ୍ଟଡ ଓ ଭଲ ମଣିଷ ଆଉ ଜଣେ ଅଛନ୍ତି । ସେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟରେ କହିଛନ୍ତି, ସେ ମୋ ଠାରୁ ଉଚ୍ଚତାରେ ଟିକେ ଲମ୍ବା, ମୋଠାରୁ ସ୍ମାର୍ଟ, ଟ୍ୟାଲେଣ୍ଟଡ ଓ ଭଲ ମଣିଷ। ମୋତେ ମୋ ଜୀବନରେ ଯାହା ମିଳିଛି, ତାକୁ ତାହା ଠାରୁ ଅଧିକ ମିଳୁ।

ତେବେ ଆପଣ ଭାବୁଥିବେ ସେ ବ୍ଯକ୍ତି ଜଣଙ୍କ କିଏ ଯାହାଙ୍କର ଅକ୍ଷୟ ଏତେ ପ୍ରଶଂସା କରୁଛନ୍ତି। ତେବେ ସେ ଆଉ କେହି ନୁହନ୍ତି ଅକ୍ଷୟଙ୍କ ପୁଅ ଆରବ। ଆରବଙ୍କ ଜନ୍ମଦିନରେ ଅକ୍ଷୟ ଏପରି ଭାବପ୍ରବଣତା ଭରା ପୋଷ୍ଟ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି। ଖାଲି ତାହାନୁହଁ ସେ ଏଥିରେ ଲେଖିଛନ୍ତି, ନିଜ ମା’ ଟ୍ଵିଙ୍କିଲ ଖନ୍ନାଙ୍କ ପରି ଆରବ ମଧ୍ୟ ଏକ ନୋଭେଲ ଲେଖିବାକୁ ଯାଉଛନ୍ତି। ତେବେ ଅନ୍ୟ ଷ୍ଟାର କିଡସଙ୍କ ପରି ବଲିଉଡରେ ଏଣ୍ଟ୍ରି କରିବା ପାଇଁ ଆରବଙ୍କର କୌଣସି ଯୋଜନା ରହିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.