ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅର ଜାମିନ ହେଲା ନାମଞ୍ଜୁର: ବିଚାରବିଭାଗୀୟ ହାଜତକୁ ପଠାଯାଇଛି

ପାଟଣାଗଡ଼(କେନ୍ୟୁଜ୍): କଣ୍ଟାବାଞ୍ଜି ଆଲିସାନ ସିନେମା ହଲ୍‌ ଭିତରେ ଗଣ୍ଡଗୋଳ ଘଟଣାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂଙ୍କୁ ଗିରଫ ପରେ ଜେଲକୁ ପଠାଯାଇଛି । ପାଟଣାଗଡ଼ କୋର୍ଟରେ ଜାମିନ ନାମଞ୍ଜୁର ପରେ ସେଜିଙ୍କ ସହ ୫ ସହଯୋଗୀଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଯାଇଛି । ସେଜିଙ୍କ ଜିମ୍‌ରୁ ନଗଦ ୧୯ ଲକ୍ଷ ଟଙ୍କା ସହ ବିଭିନ୍ନ ବ୍ରାଣ୍ଡର ମଦ ଜବତ ହୋଇଛି। କଣ୍ଟାବାଞ୍ଜି ଆଲିସାନ ସିନେମା ହଲ୍‌ ଭିତରେ କୌଣସି ଏକ କାରଣକୁ ନେଇ ଗଣ୍ଡଗୋଳ ସମୟରେ ବିଧାୟକଙ୍କ ପୁଅ ଉପସ୍ଥିତ ଥିବା ଦେଖିବାକୁ ମିଳିିଥିଲା । ଏପରିକି ପୋଲିସ ସହ ଗଣ୍ଡଗୋଳ କରୁଥିବାର କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି ।

ସେଜି ସିଂଙ୍କୁ ଗିରଫ କରି IPC ଧାରା ୩୮୪, ୫୦୬, ୩୫୩ ଓ ଆର୍ମ ଆକ୍ଟରେ ମାମଲା ରୁଜୁ କରିଛି ପୋଲିସ । ଦୁଇଦିନ ପୂର୍ବେ ଆଲିସାନ ସିନେମା ହଲ୍‌ରେ ଅମିତ ଓରଫ ସେଜି କୌଣସି କାରଣରୁ ମାଲିକଙ୍କ ସହ ବଚସା ହୋଇଥିଲା । ଆଉ ବୁଧବାର ସଂଧ୍ୟାରେ ଆଲିସାନ ସିନେମା ହଲ ଭିତରେ ମାଲିକଙ୍କ ପୁଅଙ୍କୁ ଆକ୍ରମଣ ହୋଇଥିଲା । ତେବେ ଘଟଣାକୁ ନେଇ ବିଧାୟକ କିମ୍ବା ତାଙ୍କ ପୁଅଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ବେଲପଡ଼ା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ତେବେ କଡ଼ା ସୁରକ୍ଷା ପାଇଁ ଥାନା ପରିସରରେ ୩ ପ୍ଲାଟୁନ ଫୋର୍ସ ମୁତୟନ ରହିଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.