ଅନର କିଲିଂ : ମେଡିକାଲ ପଢ଼ୁଥିବା ଝିଅକୁ କରେଣ୍ଟ ଲଗାଇ ମାରିଲେ, ପୋଡି ନାଳରେ ଭସାଇ ଦେଲେ
![murder](https://knewsodisha.com/wp-content/uploads/2023/02/murder.jpg)
ମହାରାଷ୍ଟ୍ର : ଦେଶରେ ପୁଣି ଦେଖାଯାଇଛି ଆଉ ଏକ ଅନର କିଲିଂ ମାମଲା । ଏଥର ମାମଲା ଆସିଛି ମହାରାଷ୍ଟ୍ରର ନାନ୍ଦେଡରେ । ଝିଅର ପ୍ରେମ ପ୍ରସଙ୍ଗକୁ ବିରୋଧ କରି ପରିବାର ଲୋକ କରିଦେଲେ ଝିଅର ହତ୍ୟା । ଏହି ହତ୍ୟା କାଣ୍ଡରେ ଝିଅର ମାତା ପିତା ମାମୁଁ ଓ କକା ପୁଅ ଭାଇ ମଧ୍ୟ ସାମିଲ ଥିବା ଜଣାଯାଇଛି । ପୋଲିସ ହତ୍ୟା ଅଭିଯୋଗରେ ପିତା ,ମାମୁଁ ଓ କକା ପୁଅ ଭାଇକୁ ଗିରଫ କରିଛି । ମାତ୍ର ଝିଅର ମା’କୁ ଗିରଫ କରାଯାଇ ନାହିଁ । ପୋଲିସ ମାମଲାର ତଦନ୍ତ କରୁଛି ।
ଘଟଣା ହେଉଛି ଉତ୍ତର ପ୍ରଦେଶ ନାନ୍ଦେଡ ର ଲିମ୍ବ ଗାଁ ଥାନା ପିମ୍ପରୀ ମହିପାଳ ଗାଁରେ । ପୋଲିସ ଏକ ସୂଚନା ମିଳିଥିଲା ଯେ ଗାଁର ଜନାର୍ଦ୍ଦନ ଯୋଗନ୍ଦଡଙ୍କ ଝିଅ କିଛି ଦିନ ହେବ ଦେଖା ଯାଉ ନାହାନ୍ତି । ଯିଏ କି ବାଚଲର ଅଫ ହୋମିଓପାଥିକ ମେଡିସିନ ଆଣ୍ଡ ସର୍ଜରୀ (BHMS) ର ତୃତୀୟ ବର୍ଷ ଛାତ୍ର ଥିଲେ ।
ଖବର ପାଇବା ପରେ ପୋଲିସ ଜନାର୍ଦ୍ଦନଙ୍କ ଘରେ ପହଞ୍ଚି ଝିଅ ସମ୍ପର୍କରେ ପଚରା ଉଚରା କରିଥିଲା । ହେଲେ ପୋଲିସକୁ ଏ ନେଇ ସନ୍ତୋଷଜନକ ଉତ୍ତର ମିଳିନଥିଲା । ପରେ ପୋଲିସ ପରିବାର ଲୋକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଏହା ଏକ ଅନର କିଲିଂ ମାମଲା ବୋଲି ଜଣାପଡିଥିଲା ।
ପୋଲିସ ସୂଚନା ଅନୁଯାୟୀ ଉକ୍ତ ଝିଅଙ୍କର ଗାଁରେ ଏକ ପୁଅ ସହ ପ୍ରେମ ସମ୍ପର୍କ ଥିଲା । ଏକଥା ଘର ଲୋକଙ୍କୁ ପସନ୍ଦ ନଥିଲା । ବହୁ ବୁଝାଇବା ପରେ ମଧ୍ୟ ଝିଅ ଉକ୍ତ ଯୁବକ ସହ ସମ୍ପର୍କ ଶେଷ କରି ନଥିଲା । ଫଳରେ ଲୋକେ ଅନ୍ୟ ଜଣଙ୍କ ସହ ଝିଅର ନିର୍ବନ୍ଧ କରିଦେଇଥିଲେ । ହେଲେ ଝିଅର ପ୍ରେମ ସମ୍ପର୍କ ନେଇ ନିର୍ବନ୍ଧ ହୋଇଥିବା ପୁଅ ଘର ଲୋକେ ଜାଣିଗଲେ ଓ ବିବାହ ଭାଙ୍ଗି ଦେଇଥିଲେ ।
ଫଳରେ ପରିବାର ଲୋକେ ଏହାକୁ ନେଇ ବହୁତ କ୍ରୋଧିତ ହୋଇଥିଲେ । ପରିବାରର ବଦନାମୀ ଆଶଙ୍କା କରି ବାପା, ମା’, ମାମୁଁ ଓ ଜଣେ କକା ପୁଅ ଭାଇ ମିଶି ଝିଅକୁ କରେଣ୍ଟ ଦେଇ ମାରିଦେଇଥିଲେ । ପରେ ନିଜର ଜମିରେ ନେଇ ପୋଡିବା ସହ ଭସ୍ମ ପାଉଁଶ ପାଖରେ ଥିବା ନାଳରେ ଭସାଇ ଦେଇଥିଲେ । ପୋଲିସ ତଦନ୍ତ କରି ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।