ଜୈବିକ ପଦ୍ଧତିରେ ସୁନାର ଫସଲ ଫଳାଇଲେ ବାଲେଶ୍ବରର ଏହି ଚାଷୀ ପରିବାର , ଦେଖିଲେ ପୁରି ଉଠୁଛି ମନ

ବାଲେଶ୍ବର: କଥାରେ ଅଛି ଚାଷ ଅଛି ଯାହାର ଆନନ୍ଦ ଅଛି ତାହାର । ଆଉ ଏହାକୁ ସତ କରି ଦେଖାଇଛନ୍ତି ବାଲେଶ୍ବର ଜିଲ୍ଲା କହଁରାଲି ଗ୍ରାମର ପାକଳ ପରିବାର । ରସାୟନିକ ସାର ବ୍ଯବହାର ନ କରି ଜୈବିକ ପଦ୍ଧତିରେ ଫଳାଇଛନ୍ତି ସୁନାର ଫସଲ । ଆଉ ଏ କରୋନାରେ ପରିବାରର ସମସ୍ତ ସଦସ୍ଯ ଚାଷ ପଛରେ ଲାଗି ବେଶ୍ କିଛି ରୋଜଗାର କରିପାରୁଛନ୍ତି ।

ଗଛରେ ଫଳିଛି ଭଳିକି ଭଳି ପରିବା । ସେ ଲାଉ ହେଉ ଅବା ପୋଟଳ କିମ୍ବା ଅମ୍ରୁତଭଣ୍ଡା, ଗଛରେ ପୁରା ଭର୍ତ୍ତି । ଆଉ ଏହାକୁ ପରିଶ୍ରମ କା ବଢାଇଛନ୍ତି ହରେକ୍ରୁଷ୍ଣଙ୍କ ପାକଳଙ୍କ ପରିବାର । ସବୁଠାରୁ ବଡ କଥା ଏହି ଫସଲ କରିବାରେ କୌଣସିବି ରାସାୟନିକ ସାରର ପ୍ରୟୋଗ କରାଯାଇନାହିଁ । ଜୈବିକ ଖତ ସାହାର୍ଯ୍ଯରେ ଏହି ସବୁ ଫସଲ କରାଯାଇଛି ।

farmerକେବଳ ହରେକ୍ରୁଷ୍ଣ ନୁହନ୍ତି ଏ ଫସଲ ଫଳାଇବା ପଛରେ ତାଙ୍କ ପରିବାରର ସମସ୍ତ ସଦସ୍ଯଙ୍କର ଏଥିରେ ଯୋଗଦାନ ରହିଛି । ସମସ୍ତେ ଲକ୍ ଡାଉନରେ ସମୟ ଅପଚୟ ନକରି ଏହି ଚାଷ କାମରେ ଲାଗିପଡିଛନ୍ତି । ଫଳରେ ସେଥିରୁ ଉତ୍ପାଦିତ ପନିପରିବା ରେମୁଣା ଓ ବାଲେଶ୍ବର ବଜାରକୁ ଆସି ବିକ୍ରି ହେବା ସହ ବେଶ୍ ଲାଭ କରିପାରୁଛନ୍ତି । ତେବେ ଏହି ପରିବାରର ଉଦ୍ଯମ ଏବେ ଅନ୍ଯମାନଙ୍କ ପାଇଁ ଉଦାହରଣ ସାବ୍ଯସ୍ତ ହୋଇଛି ।

ବାଲେଶ୍ବରରୁ ଆଶୁତୋଷ ମଲ୍ଲିକଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.