Below header

ସୁପ୍ରିମ କୋର୍ଟଙ୍କ ଫଇସଲା ପୂର୍ବରୁ ସୁଶାନ୍ତଙ୍କ ଭଉଣୀ ଶ୍ଵେତା ସିଂହ ସୋସିଆଲ ମିଡିଆରେ ପୋଷ୍ଟ କଲେ ଏହି ଭିଡିଓ, ଫ୍ୟାନ୍ସ ମାନଙ୍କ ନିକଟରେ କଲେ ଏମିତି ନିବେଦନ

ସୁପ୍ରିମ କୋର୍ଟ ଆଜି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଯାଚିକା ଉପରେ ଶୁଣାଣି କରିବାକୁ ଯାଉଛନ୍ତି । ଅଭିନେତା ସୁଶାନ୍ତଙ୍କ ମୃତ୍ୟୁର ଯାଞ୍ଚ ପାଟଣାରୁ ମୁମ୍ବାଇକୁ ଟ୍ରାନ୍ସଫର କରିବା ଯାଚିକା ଅପିଲ ଉପରେ ମାନ୍ୟବର କୋର୍ଟ ଏହି ଶୁଣାଣି କରିବେ । ରିୟା ଅପିଲ କରିଥିବା ଯାଚିକାରେ ସିବିଆଇ ତଦନ୍ତକୁ ବିରୋଧୀ ଥିବା ମଧ୍ୟ ଜଣାଯାଇଛି । ଏଭିତରେ ସୁଶାନ୍ତଙ୍କ ଭଉଣୀ ଏକ ଭିଡିଓ ଜରିଆରେ ନିଜ ଭାଇକୁ ନ୍ୟାୟ ଦେବା ନେଇ ଅପିଲ କରିଛନ୍ତି । କହି ରଖିବା ଉଚିତ ହେବକି, ସୁଶାନ୍ତଙ୍କ ବଡ ଭଉଣୀ ଶ୍ଵେତା ସିଂହ କୀର୍ତ୍ତି ଲଗାତାର ଭାବେ ବିଭିନ୍ନ ସୋସିଆଲ ମିଡିଆ ମାନଙ୍କରେ ନିଜ ଭାଇଙ୍କୁ ନ୍ୟାୟ ଦେବା ପାଇଁ ଗୁହାରି କରି ଆସୁଛନ୍ତି । ଉଚ୍ଚତମ ନ୍ୟାୟାଳୟଙ୍କ ଶୁଣାଣି ପୂର୍ବରୁ ହିଁ ଶ୍ୱେତା କୀର୍ତ୍ତି ନିଜ ଅଫିସିଆଲ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ନିଜର ଏହି ଭିଡିଓଟିକୁ ସେୟାର କରିଛନ୍ତି ।
ସୁଶାନ୍ତଙ୍କ ଫ୍ୟାନ୍ସ ମାନଙ୍କ ଉଦ୍ଦେଶ୍ୟରେ କୀର୍ତ୍ତି କହିଛନ୍ତିକି, ମୋର ଆପଣ ମାନଙ୍କୁ ନିବେଦନ ଯେ, ଆମେ ସମସ୍ତେ ମିଳିମିଶି ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ପ୍ରୟାସ କରିବା  ସୁପ୍ରିମ କୋର୍ଟକୁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି କୀର୍ତ୍ତି | ଏହା ସହ ସିବିଆଇ ତଦନ୍ତରେ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବା ।

ଯେପରି ନିସ୍ପକ୍ଷ ଯାଞ୍ଚ ହୁଏ ସେନେଇ ଆମେ ସମସ୍ତେ ଚେଷ୍ଟା କରିବା ଉଚିତ । ପ୍ରକୃତ ସତ ଯେପରି ସାମ୍ନାକୁ ଆସେ ସେନେଇ ଆମେ ସମସ୍ତେ ମିଳିମିଶି ଚେଷ୍ଟା କରିବା ଉଚିତ । ନିଜ ଏହି ପୋଷ୍ଟରେ ଶ୍ଵେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସମେତ ପିଏମ ଅଫିସକୁ ତ୍ୟାଗ କରିଛନ୍ତି । ସୋସିଆଲ ମିଡ଼ିଆ ମାନଙ୍କରେ ଶ୍ଵେତାଙ୍କ ଏହି ଭିଡିଓଟି ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । କହିରଖିବା ଉଚିତ ହେବକି, ଏହି ମାମଲାକୁ ନେଇ ମଙ୍ଗଳବାର ହୋଇଥିବା ଶୁଣାଣିରେ ସମସ୍ତ ପକ୍ଷର ଓକିଲଙ୍କ ମଧ୍ୟରେ ଲମ୍ବା ସମୟ ଧରି ଯୁକ୍ତିତର୍କ ହୋଇଥିଲା । ସମସ୍ତ ପକ୍ଷର ଲିଖିତ ଜବାବ ଦାଖଲ ପାଇଁ ମାନ୍ୟବର ସୁପ୍ରିମ କୋର୍ଟ ଗୁରୁବାର ପର୍ଯ୍ୟନ୍ତ ସମୟ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.