Below header

ମାନବ ପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: CBI ତଦନ୍ତ ପାଇଁ ପିପୁଲ ଫର ସେବା ଆଶ୍ରମ ଅନ୍ତେବାସୀଙ୍କ ଦାବି ଜୋର ଧରିଲା

ଭୁବନେଶ୍ବର: ଜୋର ଧରିଲା ମାନବ ପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା । CBI ତଦନ୍ତ ଦାବି । ପିପୁଲ ଫର ସେବା ଆଶ୍ରମ ଅନ୍ତେବାସୀ ସିବିଆଇ ତଦନ୍ତ ଉପରେ ଦେଇଛନ୍ତି  ଜୋର । CBI ତଦନ୍ତ ହେଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଅନ୍ତେବାସୀ କହିଛନ୍ତି । ଏବେ କ୍ରାଇମ ବ୍ରାଞ୍ଚ ଘଟଣାର ତଦନ୍ତ କରୁଛି ।

ଜୁଲାଇ ୭ତାରିଖ ସକାଳେ ଆଦିତ୍ୟଙ୍କ ମୃତ ଦେହ ଲିଙ୍ଗରାଜ ଷ୍ଟେସନ ନିକଟରୁ ଉଦ୍ଧାର ହୋଇଥିଲା । ଟ୍ରେନ ଧକ୍କାରେ ଆଦିତ୍ୟଙ୍କ ମୃତ୍ୟୁ ହୋଇନି ବୋଲି ତଦନ୍ତ ବେଳେ ଜିଆରପିକୁ ଲୋକୋ ପାଇଲଟ୍‌ ଦେଇଥିବା ବୟାନ ପରେ ଘଟଣା ରହସ୍ୟମୟ ହୋଇଛି । ଘଟଣାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ବାପା ମାଙ୍କ ସମେତ ସାଙ୍ଗ ପପୁ, ବିକାଶ, ଦୀପକ ଓ ସୌମ୍ୟଙ୍କୁ ଜେରା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.