Google Map କରାଇଲା ଛାଡପତ୍ର, ଷ୍ଟ୍ରିଟ ଭ୍ୟୁ ସାହାଯ୍ୟରେ ବ୍ୟକ୍ତି ଦେଖିଲେ ନିଜ ପତ୍ନୀଙ୍କର ଅବୈଧ ସମ୍ବନ୍ଧ

କଥାରେ ଅଛି ଗୁପ୍ତ ପ୍ରଣୟ ସର୍ବଦା ଭୟଙ୍କର । ଏହା ଦିନେ ନ ଦିନେ ନିଶ୍ଚୟ ସାମ୍ନାକୁ ଆସିଥାଏ କିନ୍ତୁ କେମିତି ବାହାରକୁ ଆସିବ ତାହା ସମୟ ଏବଂ ପରିସ୍ଥିତି ଉପରେ ନିର୍ଭୟ କରେ । ନିକଟରେ ଏମିତି ଏକ ଘଟଣା ଘଟିଛି ଯାହା ଶୁଣିବା ପରେ ଆପଣ ବିଶ୍ୱାସ ବି କରିପାରିବେ ନାହିଁ ଯେ ଏମିତି ଉପାୟରେ ବି ଚୋରା ପ୍ରେମ ବାହାରକୁ ଆସେ ବୋଲି । ଗୁଗଲ ମ୍ୟାପକୁ ଆମେ ସାଧାରଣତଃ ଅନେକ କାମରେ ବ୍ୟବହାର କରିଥାଉ । ଏହି ମ୍ୟାପ ସାହାଯ୍ୟରେ ଆପଣ ରାସ୍ତା ଖୋଜିଥିବେ । ଘରର ଠିକଣା ଖୋଜୁଥିବେ ନଚେତ ରେସ୍ତୋରାଁ କିମ୍ବା ମାର୍କେଟ ଖୋଜୁଥିବେ । ଏହି ମ୍ୟାପ ଆମକୁ ଅନେକ କାମରେ ସାହାଯ୍ୟ କରିଥାଏ କିନ୍ତୁ କେବେ ଭାବିଛନ୍ତି କି ଏହି ଗୁଗଲ ମ୍ୟାପ ସାହାଯ୍ୟରେ ଆପଣ କାହାର ଅବୈଧ ସମ୍ପର୍କ ବିଷୟରେ ବି ଜାଣିପାରିବେ । ଆଜ୍ଞା ହଁ ଏପରି ଏକ ଘଟଣା ଘଟିଛି ଆମେରିକାରେ ଯେଉଁଠି ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କର ଅବୈଧ ସମ୍ପର୍କ ଗୁଗଲ ମ୍ୟାପ ସାହାଯ୍ୟରେ ଜାଣିପାରିଛନ୍ତି ।

ମିଳିଥିବା ଖବର ଅନୁଯାୟୀ ଆମେରିକା ପେରୁର ଜଣେ ବ୍ୟକ୍ତି ଗୁଗଲ ମ୍ୟାପ ସାହାଯ୍ୟରେ ରାଜଧାନୀ ଲିମାର ଷ୍ଟ୍ରିଟ ଭିୟୁ ଦେଖିବା ସମୟରେ ଯେଉଁ ଦୃଶ୍ୟ ଦେଖିଲେ ତାହାଦେଖି ତାଙ୍କ ପାଦତଳୁ ମାଟି ଖସି ଯାଇଥିଲା । ଘଟଣାଟି ଥିଲା ଏପରି ଯେ ଷ୍ଟ୍ରିଟ ଭିୟୁ ଦେଖିବା ସମୟରେ ସେ ନିଜ ପତ୍ନୀଙ୍କୁ ଅନ୍ୟଜଣେ ବ୍ୟକ୍ତିଙ୍କ ସହ ଦେଖିଥିଲେ । ଏହି ସମୟରେ ଉକ୍ତ ବ୍ୟକ୍ତିଜଣଙ୍କ ତାଙ୍କ ପତ୍ନୀଙ୍କ କୋଳରେ ସୋଇଥିଲେ । ଯଦିଓ ଷ୍ଟ୍ରିଟ ଭିୟୁ ଦେଖୁଥିବା ବ୍ୟକ୍ତିଙ୍କ ପତ୍ନୀ ଓ ତାଙ୍କ ପ୍ରେମିକଙ୍କୁ ଲାଗିଥିଲା ଯେ ଏହିଭଳି ନିଛାଟିଆ ସ୍ଥାନରେ ତାଙ୍କୁ କେହି ଦେଖିପାରିବେ ନାହିଁ କିନ୍ତୁ ଗୁଗଲ ମ୍ୟାପ ଏହାକୁ ଗୁପ୍ତ ହୋଇ ରହିବାକୁ ଦେଇନଥିଲା ।

ଏପରି ହୋଇଥିଲା ଯେ ବ୍ୟକ୍ତି ଜଣକ ଭିୟୁ ଦେଖିବା ସମୟରେ ଅଚାନକ ତାଙ୍କୁ ସେହି ସ୍ଥାନରେ ଜଣେ ମହିଳା ଓ ପୁରୁଷ ଦେଖାଯାଇଥିଲେ । ମହିଳା ଜଣକ ବ୍ଲାକ ଟପ ସହିତ ହ୍ୱାଇଟ ସାର୍ଟ ଏବଂ ବୁଟ ପିନ୍ଧିଥିଲେ । ଯଦିଓ ନିୟମ ଅନୁଯାୟୀ ଏହି ମହିଳାଙ୍କ ଫଟୋ କ୍ୟାମେରାରେ ବ୍ଳର ଆସିଥିଲା କିନ୍ତୁ ତାଙ୍କ ସ୍ୱାମୀ ତାଙ୍କୁ ଚିହ୍ନି ଦେଇଥିଲେ । ତେବେ ଏହି ଫଟୋର ସ୍କ୍ରୀନସଟ ନେଇ ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କୁ ଘରକୁ ଫେରି ଦେଖାଇବା ପରେ ସେ ପ୍ରଥମେ ଏହାକୁ ଅସ୍ବୀକାର କରିଥିଲେ କିନ୍ତୁ ଶେଷରେ ତାଙ୍କୁ ସବୁ ସତକଥା ମାନିବାକୁ ପଡିଥିଲା । ଆଉ ତାପରେ ଦୁହେଁ ଦୁହିଁକୁ ଛାଡପତ୍ର ଦେଇଥିଲେ । ତେବେ ସେ ଯାହା ବି ହେଉ ଗୁଗଲ ମ୍ୟାପ ଦ୍ୱାରା ଏମିତି ବି ସତ ବାହାରକୁ ଆସିପାରେ ବୋଲି କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.