କାହିଁକି ଶ୍ରୀକୃଷ୍ଣଙ୍କୁ ୨ଥର ହେବାକୁ ପଡିଥିଲା କିନ୍ନର? ଜାଣନ୍ତୁ ଏ ସମ୍ପର୍କରେ କିଛି ରୋଚକ କାହାଣୀ

ଭାରତରେ କିନ୍ନରଙ୍କୁ ଲୋକମାନେ ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖିଥାନ୍ତି । ସେହିଭଳି ଅନ୍ଯପକ୍ଷରେ କିନ୍ନରଙ୍କ ଆଶୀର୍ବାଦ ନେବା ଶୁଭ ବୋଲି କୁହାଯାଇଥାଏ। ଏହିକାରଣରୁ ନବଜାତ ଶିଶୁ କିମ୍ବା ନବବିବାହିତ ଦମ୍ପତି କିନ୍ନରଙ୍କ ଆର୍ଶୀବାଦ ନେଇଥାନ୍ତି । କେବଳ ଏତିକି ନୁହେଁ ଲୋକମାନଙ୍କୁ ଏକ ନିଆରା ଶିକ୍ଷା ଦେବା ପାଇଁ ମଧ୍ଯ ଭଗବାନ କୃଷ୍ଣ ଶ୍ରୀକୃଷ୍ଣ କିନ୍ନର ରୂପ ଧାରଣ କରିଥିଲେ। ତେବେ ଆଜି ଆମେ ଅପାଣଙ୍କୁ ଜଣାଇବୁ ଭଗବାନ ଶ୍ରୀକୃଷ୍ଣଙ୍କର ଏହି ନିଆରା ଲୀଳା ସମ୍ପର୍କରେ, ଯିଏ ସାରା ମାନବ ଜାତିକୁ ପ୍ରେମର ମହତ୍ତ୍ୱ ଶିଖାଇଥିଲେ ।

krishna1ଏହି କାରଣରୁ ଶ୍ରୀକୃଷ୍ଣ ଧାରଣ କରିଥିଲେ କିନ୍ନର ରୂପ:

ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା କେବଳ ବିଚିତ୍ର ନୁହେଁ ବରଂ ଏହା ଦ୍ବାରା କିଛି ନା କିଛି ଶିକ୍ଷା ମଧ୍ଯ ମିଳିଥାଏ। ନିଜର ଲୀଳା କାରଣରୁ ଶ୍ରୀକୃଷ୍ଣଙ୍କୁ ୨ଥର କିନ୍ନର ହେବାକୁ ପଡିଥିଲା। ପ୍ରଥମ ଥର ପ୍ରେମ ପାଇଁ ଏବଂ ଦ୍ବିତୀୟ ଥର ପାଠ ପଢାଇବା ପାଇଁ ଭଗବାଦନ ଶ୍ରୀକୃଷ୍ଣଙ୍କୁ ଏପରି ରୂପ ଧାରଣ କରିବାକୁ ପଡିଥିଲା।

krishnaପ୍ରେମ ପାଇଁ କିନ୍ନର ହେଲେ କାହ୍ନା:

ପୌରାଣିକ କିମ୍ବଦନ୍ତୀ ଅନୁସାରେ, ଥରେ ଦେବୀ ରାଧା ନିଜ ଉପରେ ଅଭିମାନ କରି ରୁଷି ବସିଥିଲେ । ତାଙ୍କର ସମସ୍ତ ସଖୀ ତାଙ୍କୁ ବୁଝାଇବାକୁ ପ୍ରୟାସ କରି ମଧ୍ଯ ଅସଫଳ ହୋଇଥିଲେ , ଏପରିକି କୃଷ୍ଣଙ୍କୁ ଭେଟିବାକୁ ମଧ୍ୟ ସେ ମନା କରି ଦେଇଥିଲେ। ସେହି ସମୟରେ ସଖୀଙ୍କ କଥାନୁସାରେ ଭଗବାନ ଶ୍ରୀକୃଷ୍ଣ ଶ୍ୟାମରୀ ସଖୀ ନାମକ ଏକ କିନ୍ନରର ରୂପ ଧାରଣ କରିଥିଲେ । ଶ୍ୟାମରୀ ସଖୀ ଅତି ସୁନ୍ଦର ଭାବେ ବିଣା ବଜାଇ ରାଧାଙ୍କ କଠୋରୀ ସମ୍ମୁଖରୁ ଅତିକ୍ରମ କଲେ । ଯାହାକୁ ଶୁଣି ଦେବୀ ରାଧା ବାହାରକୁ ଆସିଥିଲେ ଏବଂ ଶ୍ୟାମରୀ ସଖୀଙ୍କର ରୂପ ଦେଖି ତାଙ୍କ ଉପରେ ମୋହିତ ହୋଇଯାଇଥିଲେ । ଶ୍ୟାମରୀଙ୍କ ଉପରେ ଖୁସି ହୋଇ ରାଧା ତାଙ୍କୁ ଉପହାର ସ୍ୱରୂପ ଏକ ହାର ପ୍ରଦାନ କରିଥିଲେ କିନ୍ତୁ ଶ୍ୟାମରୀ ତାକୁ ନେବା ପାଇଁ ମନା କରି ଦେଇଥିଲେ । ଶ୍ୟାମରୀ ରାଧାଙ୍କୁ ତାଙ୍କ ମାନରୂପି ରତ୍ନ ମାଗିବାରୁ ରାଧା କାହ୍ନାଙ୍କୁ ଚିହ୍ନି ପାରିଥିଲେ ଓ ନିଜର ମାନଭଞ୍ଜନ କରିଥିଲେ ।

krishna3ଧର୍ମ ସ୍ଥାପନା ପାଇଁ କିନ୍ନର ରୂପ ଧାରଣ କରିଥିଲେ ଶ୍ରୀକୃଷ୍ଣ:

ପୌରାଣିକ କଥାନୁସାରେ ପାଣ୍ଡବମାନେ ମହାଭାରତ ଯୁଦ୍ଧରେ ବିଜୟ ଲାଭ ପାଇଁ ମା ରଣଚଣ୍ଡୀଙ୍କ ପୂଜାର୍ଚ୍ଚନା କରୁଥିଲେ । ଏହି ପୂଜାରେ ପାଣ୍ଡବଙ୍କୁ ଏକ ରାଜକୁମାରକୁ ବଳି ଦେବାର ପ୍ରଥା ରହିଥିଲା । ସେହି ସମୟରେ ଅର୍ଜୁନଙ୍କ ପୁତ୍ର ଇରାୱନ ନିଜର ବଳିଦାନ ଦେବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ, କିନ୍ତ କେବଳ ଗୋଟିଏ ରାତି ପାଇଁ ସେ ବିବାହ କରିବାକୁ ସର୍ତ୍ତ ରଖିଥିଲେ । କିନ୍ତୁ ଇରାୱନଙ୍କୁ କୌଣସି କନ୍ୟା ବିବାହ କରିବାକୁ ରାଜି ନ ହେବାରୁ ଶ୍ରୀକୃଷ୍ଣ ମୋହିନୀ ରୂପ ଧାରଣ କରି ତାଙ୍କ ସହ ବିବାହ କରିଥିଲେ । କେବଳ ସେତିକି ନୁହେଁ , ଇରାୱନଙ୍କ ବଳିଦାନ ପରେ ମୋହିନୀ ରୂପରେ କାହ୍ନା ପତିଙ୍କ ମୃତ୍ୟୁରେ ବିଳାପ କରିଥିଲେ।

ଏହି କାରଣରୁ ତାମିଲନାଡୁରେ ସ୍ଥିତ କୋଥାଂଦୱର ମନ୍ଦିରରେ ବହୁ ସଂଖ୍ୟାରେ କିନ୍ନର ମାନେ ଏହି ପରମ୍ପରାକୁ ପାଳନ କରିଥାନ୍ତି । କିନ୍ନରମାନେ ସେହିପରି ବିଧିବଦ୍ଧ ଭାବରେ ଦେବତା ଇରାୱନଙ୍କୁ ବିବାହ କରିଥାନ୍ତି ଏବଂ ତା’ପରଦିନ ବିଧବା ହୋଇ ପତିଙ୍କ ମୃତ୍ୟୁରେ ବିଳାପ ମଧ୍ୟ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.