ବଲାଙ୍ଗିର : ପୁଇଁତଳା ବିଡିଓ ସରୋଜ ମିଶ୍ରଙ୍କୁ ଅପହରଣ ଅଭିଯୋଗ, ଫେରିବା ପରେ ମୁହଁ ଖୋଲୁ ନାହାନ୍ତି

ବଲାଙ୍ଗିର (କେ ନ୍ୟୁଜ୍) : ପୁଇଁତଳା ବିଡିଓ ସରୋଜ ମିଶ୍ରଙ୍କୁ ଅପହରଣ ଅଭିଯୋଗ। ଆଜି ଅପରାହ୍ନ ୪ଟାରୁ ସାଢ଼େ ୪ଟା ମଧ୍ୟରେ ଏହି ଘଟଣା ଘଟିଥିଲା । କିଛି ଅସାମାଜିକ ଯୁବକ ତାଙ୍କୁ ଉଠାଇ ନେଇଥିଲେ ବୋଲି ଅନୁମାନ କରାଯାଉଛି । କିନ୍ତୁ ଅପହରଣ ପଛର କାରଣ ଜଣାପଡ଼ିନାହିଁ । ସେପଟେ ପୋଲିସ୍‌ ଏନେଇ ତଦନ୍ତ ଚଳାଇଥିବା ବେଳେ କିଛି ଘଣ୍ଟା ପରେ ବିଡିଓଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଲା । ହେଲେ ସେ ସାମ୍ବାଦିକମାନଙ୍କ କୌଣସି ପ୍ରଶ୍ନର ଉତ୍ତର ନଦେଇ କିଛି କହି ପାରିବି ନାହିଁ ବୋଲି କହିଛନ୍ତି । ଅନ୍ୟପଟେ ତାଙ୍କ ମୁହଁରେ ଭୟର ଚିହ୍ନ ପରିଲକ୍ଷିତ ହୋଇଛି ।