ଜୋରଦାର କ୍ୟାମ୍ପେନିଂରେ କମ୍ପୁଛି ବାଲେଶ୍ୱର ଓ ତିର୍ତ୍ତୋଲ ଉପପନିର୍ବାଚନ ମଣ୍ଡଳୀ, ବିପୁଳ ଭୋଟ ସଂଗ୍ରହ ଲକ୍ଷ୍ୟରେ ପ୍ରାର୍ଥୀ

ବାଲେଶ୍ୱର(କେ ନ୍ୟୁଜ): ହାଇଭୋଲଟେଜ୍‌ କ୍ୟାମ୍ପେନିଂରେ କଂପୁଛି ବାଲେଶ୍ୱର ଓ ତିର୍ତ୍ତୋଲ ଉପପନିର୍ବାଚନ ମଣ୍ଡଳୀ । ଜୋରସୋର ପ୍ରଚାରରେ ଲାଗିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସର ହେଭିୱେଟ ନେତା । ବାଇକ୍‌ ରାଲି, ପଦଯାତ୍ରା, କର୍ମୀ ସମ୍ମିଳନୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି ନେତା । ସମର୍ଥକଙ୍କ ଗହଣରେ ପ୍ରାର୍ଥୀ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ୍‌ ଚଳାଇଛନ୍ତି । ଲୋଡୁଛନ୍ତି ଜନ ସମର୍ଥନ । ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ମୁଖ୍ୟମନ୍ତ୍ରୀ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ପାଇଁ ଭର୍ଚୁଆଲ ରାଲି କରିଥିଲେ ।

ନବୀନଙ୍କ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ଓ ରାଜ୍ୟ ସରକାରଙ୍କ ବିକାଶ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯାଉଛି ବିଜେଡି । ସେହିପରି କେନ୍ଦ୍ର ସରକାରଙ୍କ ସଫଳତାକୁ ପ୍ରସଙ୍ଗ କରି ଲଢୁଛି ବିଜେପି । କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନ ଚଳାଇଛନ୍ତି ବରିଷ୍ଠ ନେତା । ଉପନିର୍ବାଚନକୁ ମଝିରେ ରହିଲା ଆଉ ମାତ୍ର ୩ ଦିନ ରହିଲା । ଏବେ ପ୍ରାର୍ଥୀ, ନେତା ଓ କର୍ମୀ କାହାରିକୁ ଫୁରସତ ନାହିଁ । ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ଦମ୍‌ ଲଗାଇ ଦେଇଛନ୍ତି ତିନି ପ୍ରମୁଖ ଦଳ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.