Below header

ବାଲେଶ୍ୱରରେ ଇମାମୀ-କିସ୍‌ର ନିର୍ମାଣ କାର୍ଯ୍ୟ ଶେଷ, ପରିଦର୍ଶନ କଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ବର (କେନ୍ୟୁଜ୍):  ବାଲେଶ୍ୱର ଜିଲ୍ଲା ପାଇଁ କିସ୍‌ ଭୁବନେଶ୍ୱରର ଶାଖା ଇମାମୀ-କିସ୍‌ର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ବାଲେଶ୍ୱର ଜିଲ୍ଲା ପାଇଁ କିସ୍‌ର ଏହି ବିରାଟ କ୍ୟାମ୍ପସର ନିର୍ମାଣ କାର୍ଯ୍ୟ ଦୀର୍ଘ ଏକ ବର୍ଷ ହେଲା ଶେଷ ହୋଇଥିବାରୁ ଉଦ୍‌ଘାଟନ ପୂର୍ବରୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ପରିଦର୍ଶନ କରିଛନ୍ତି ।

achut samanta

ଇମାମୀ-କିସ୍‌କୁ ଉଦ୍‌ଘାଟନ କରିବା ପାଇଁ ଡ. ସାମନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଆସନ୍ତା ମାସରୁ ଏଠାରେ ପିଲାଙ୍କ ନାମଲେଖା ସହ ଶିକ୍ଷାଦାନ ଆରମ୍ଭ ହେବ । ଏନେଇ ସମ୍ପୂର୍ଣ୍ଣ କାର୍ଯ୍ୟର ତଦାରଖ ସହ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ସହ ଡ. ସାମନ୍ତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.