Below header

ବାଲେଶ୍ବରର ଗୋପାମୁଦ୍ରା , ମହିଳାଙ୍କୁ ଦେଇଛନ୍ତି ଏକ ଭିନ୍ନ ପରିଚୟ

ବାଲେଶ୍ୱରରେ ଏଭଳି ଜଣେ ମହିଳା ଅଛନ୍ତି ଯାହାଙ୍କ ବ୍ୟକ୍ତିତ୍ୱ ଓ ସମାଜସେବା ମନୋବୃତ୍ତି ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି । ଅସହାୟ, ନିର‌୍ୟାତିତା ମହିଳାଙ୍କୁ ନ୍ୟାୟ ଦେବା ଏବଂ ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ସହ ଆତ୍ମନିର୍ଭରଶୀଳ କରିବା ଦିଗରେ ତାଙ୍କର ରହିଛି ବଳିଷ୍ଠ ନେତ୍‌ୃତ୍ୱ ।

ବିଶିଷ୍ଟ ସମାଜସେବୀ ଗୋପାମୁଦ୍ରା ମହାପାତ୍ର । ଜଣେ ସୁନାମଧନ୍ୟ ଓ ସମାଜର ଆଗଧାଡିର ମହିଳା ଭାବେ ସେ ବେଶ୍‌ ଜଣାଶୁଣା । ଏବେ ସେ ବାଲେଶ୍ୱର ନାରୀ ସଂଘର ସଭାପତି, ଭିନ୍ନକ୍ଷମ କଲ୍ୟାଣ ପ୍ରତିଷ୍ଠାନର ସମ୍ପାଦକ ସହ ଦ୍ୟୁମାନ ରାଇଟ୍‌ କାଉନସିଲର ସମ୍ପାଦକ ଭାବେ କାର‌୍ୟ୍ୟ କରୁଛନ୍ତି । ନାରୀଙ୍କ ପାଇଁ ତାଙ୍କର ସ୍ୱର ସବୁବେଳେ ଶାଣିତ । ନାରୀଙ୍କୁ ସମ୍ମାନ, ସାମାଜିକ ଓ ଆଇନଗତ ସହାୟତା, ଅଧିକାର ଏବଂ ହକ୍‌ ପ୍ରଦାନ ପାଇଁ ସବୁବେଳେ କାର‌୍ୟ୍ୟରତ ଗୋପାମୁଦ୍ରା ।

womens day

ନାରୀଙ୍କୁ ସହାୟତା ପାଇଁ ୧୯୫୫ମସିହାରୁ ବାଲେଶ୍ୱର ନାରୀ ସଂଘର ସମ୍ପୂର୍ଣ୍ଣ ଦାୟିତ୍ୱ ତୁଲାଉଛନ୍ତି ଗୋପାମୁଦ୍ରା । ଖାଲି ସେତିକି ନୁହେଁ । ବିଭିନ୍ନ ସମୟରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସହାୟତାରେ ଉଦ୍ଧାର ହୋଇଥିବା ଶିଶୁଙ୍କ ପାଠପଢାଠୁ ଆରମ୍ଭ କରି ଅବହେଳିତ ଓ ନିଷ୍ପେସିତ ମହିଳାଙ୍କୁ ସାହାଯ୍ୟ କରୁଛନ୍ତି । ସେମାନଙ୍କୁ ନ୍ୟାୟ ପ୍ରଦାନ, ଥଇଥାନ ଓ ଆତ୍ମନିର୍ଭରଶୀଳ କରିବା ପାଇଁ ବିଭିନ୍ନ ପନ୍ଥା ଯୋଗାଇ ଦେଇଛନ୍ତି ସେ । ବାଲେଶ୍ୱର ନାରୀ ସଂଘରେ ତାଙ୍କ ସହାୟତାରେ କିଛି ମହିଳା ଅନ୍ତେବାସୀ ନଡ଼ିଆ କତାରେ ଘରକରଣା ଜିନିଷ ତିଆରି କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଏହାସହ ଭିନ୍ନକ୍ଷମ କଲ୍ୟାଣ ପ୍ରତିଷ୍ଠାନରେ ପାଠ ପଢୁଥିବା ସମସ୍ତ ମୁକବଧିର ଛାତ୍ରଛାତ୍ରୀଙ୍କ ଦେଖାଶୁଣା କରୁଛନ୍ତି । ନିଜ ବାପା ମା’ ସମ୍ପର୍କରେ ଜାଣିନଥିବା ସରଳ ନିଷ୍ପାପ ଶିଶୁମାନେ ଗୋପାମୁଦ୍ରାଙ୍କୁ ଦେଖିଲେ ଆତ୍ମବିଭୋର ହୋଇଯାଆନ୍ତି ।

womens

ନାରୀଙ୍କୁ ସହାୟତା ଓ ନିଷ୍ପେସିତଙ୍କ ସ୍ୱରକୁ ଆଗକୁ ଆଣିବା ସହ ଅସହାୟଙ୍କୁ ଏକ ନୂଆ ଦିଶା ଦେବାରେ ଗୋପାମୁଦ୍ରାଙ୍କ ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.