୧୧୮ ବର୍ଷର ବୃଦ୍ଧାଙ୍କର ସଫଳ ଅପରେସନ୍, ଗିନିଜ୍ ରେକର୍ଡ ପାଇଁ ଦିଆଯିବ ତାଙ୍କ ନାଁ

ପଞ୍ଜାବ: ପଞ୍ଜାବର ଲୁଧିୟାନାରେ ଜଣେ ୧୧୮ ବର୍ଷର ମହିଳାଙ୍କର ଡକ୍ଟର ମାନେ ଏକ ସଫଳ ଅପରେସନ୍ କରିଛନ୍ତି । ଯାହାକୁ ନେଇ ଗିନିଜ୍ ବୁକ୍ ଅଫ୍ ୱାଲ୍ଡ ରେକର୍ଡ ଏବଂ ଲିମକା ବୁକ୍ ଅଫ୍ ରେକର୍ଡରେ ମହିଳା ଜଣଙ୍କର ନାଁ ଦିଆଯିବ । ସହରର ଏକ ହସ୍ପିଟାଲରେ ପେସମେକର ଇମ୍ପପ୍ଳାଣ୍ଟର ଏହି ଅପରେସନ୍ କରାଯାଇଥିଲା । ମହିଳା ଜଣଙ୍କ ନାମ କରତାର୍ କୌର ସଂଘା ।

KARTAR KAUR-2ଅପରେସନ୍ କରିଥିବା ଡକ୍ଟର ରବିନ୍ଦ୍ର ସିଂ କହିଛନ୍ତି କି ‘ମୁଁ ମହିଳାଙ୍କ ଭାଇଙ୍କ ରେକର୍ଡ ଦେଖିଛି ସେ ୧୯୦୩ ମସିହାରେ ଜନ୍ମ ହୋଇଥିଲେ । ତାଙ୍କ ଝିଅର ବୟସ ମଧ୍ୟ ୯୦ ବର୍ଷ ହେଲାଣି । ବୟସକୁ ଦେଖିବାକୁ ଗଲେ ଦୁଇ ତିନୋଟି ରେକର୍ଡକୁ ତଦନ୍ତ କରାଯାଇଥିଲା । ଯାହା ସବୁ ସତ ବୋଲି ଜଣାପଡିଥିଲା’ । ତେବେ ଡକ୍ଟର କହିଛନ୍ତି କି କରତାରଙ୍କ ବୟସ ସେମାନଙ୍କ ପାଇଁ ଏକ ଚାଲେଞ୍ଜ ଥିଲା । କିନ୍ତୁ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଏବଂ ବହୁତ ଭଲ ପ୍ରତିକ୍ରୀୟା ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.