ତୁଟିଲା ବାଲିଯାତ୍ରା ବିବାଦ, ଆରମ୍ଭ ହେଲା ପ୍ଲଟ୍‌ ବିକ୍ରି

କଟକ : ତୁଟିଲା ବିବାଦ । ଆରମ୍ଭ ହେଲା ବାଲିଯାତ୍ରା ପଡିଆ ପ୍ଲଟ୍‌ ବିକ୍ରି । ଦୀର୍ଘ ୬ଦିନ ଧରି ଜିଲ୍ଲା ପ୍ରଶାସନ ଓ ବାଲିଯାତ୍ରା ବ୍ୟବସାୟୀ ସଂଘ ମଧ୍ୟରେ ଲାଗିଥିବା ବିବାଦର ସମାଧାନ ହୋଇଛି। ସଂଘର ଦାବିକୁ ଜିଲ୍ଲା ପ୍ରଶାସନ ଶୁଣିବା ସହ ପୂର୍ବବର୍ଷର ନିର୍ଦ୍ଧାରିତ ମୂଲ୍ୟ ଅନୁସାରେ ପ୍ଲଟ୍‌ ବିକ୍ରି ହେବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଜାରି କରିଛନ୍ତି । ସେପଟେ ଦୋଳି ବ୍ୟବସାୟୀ ସଂଘର ବିବାଦ ତୁଟିନଥିବା ଜଣାପଡିଛି। ଯାହାକୁ ନେଇ ପୁଣିଥରେ ବ୍ୟବସାୟୀ ସଂଘ ଓ ପ୍ରଶାସନ ମଧ୍ୟରେ ବୈଠକ ବସିପାରେ ବୋଲି ଅନୁମାନ କରାଯାଉଛି। ତେବେ ପ୍ଲଟ୍‌ କିଣା ଆରମ୍ଭ ହୋଇଥିବା ତହସିଲଦାର କହିଛନ୍ତି । ଅନ୍ୟପଟେ ଦୋଳିକୁ ଟେଣ୍ଡର ଜରିଆରେ ନିଲାମ ଦିଆଯିବା ନିଷ୍ପତ୍ତିକୁ ଏବେ ବି ସଂଘ ବିରୋଧ କରୁଛି। ଆସନ୍ତା ୨୩ରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.