ଚୀନ୍‌ ଓ ପାକିସ୍ତାନ ଛାତିରେ ପଶିବ ଛନକା, ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ବାଲିଷ୍ଟିକ୍‌ ମିସାଇଲ୍‌ ଅଗ୍ନି-୫ର ହେଲା ସଫଳ ପରୀକ୍ଷଣ

କେନ୍ୟୁଜ୍(ବ୍ୟୁରୋ):  ଚୀନ୍‌ ଓ ପାକିସ୍ତାନକୁ ସତର୍କ ଘଣ୍ଟି । ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତର ବଡ଼ ସଫଳତା । ବାଲିଷ୍ଟିକ୍‌ ମିସାଇଲ୍‌ ଅଗ୍ନି-୫ର ସଫଳ ପରୀକ୍ଷଣ ହୋଇଛି । ଭଦ୍ରକ ଜିଲ୍ଲା ଧାମରା ସ୍ଥିତ ଅବଦୁଲ କଲାମ୍‌ ଦ୍ୱୀପରୁ ଏହାର ଉତକ୍ଷେପଣ ହୋଇଥିଲା । ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ଭୂପୃଷ୍ଠରୁ-ଭୂପୃଷ୍ଠକୁ ନିକ୍ଷେପ କରି ପାରୁଥିବା ଅଗ୍ନି-୫ ମିସାଇଲ୍‌ ।

ଏଥିରେ ୩ଟି ସ୍ତରରେ କଠିନ ଇନ୍ଧନ ବ୍ୟବହାର କରାଯାଉଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୫ହଜାର କିଲୋମିଟର । ଏହାର ଲମ୍ବ ୧୭ ମିଟର ଏବଂ ଓସାର ୨ ମିଟର । ଓଜନ ୬୦ ଟନ୍‌ । ନ୍ୟୁକ୍ଲିୟର ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ରଖିଛି ଅଗ୍ନି-୫ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.