ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବଡ ବିପଦ ସହୁଛି ବିଶ୍ୱ, ଦେଖିବାକୁ ମିଳୁଛି ଆର୍ଥିକ ସମସ୍ୟା

(କେନ୍ୟୁଜ ବ୍ୟୁରୋ) : ବଡ଼ ବିପଦ ଜଳବାୟୁ ପରିବର୍ତ୍ତନ। ସୃଷ୍ଟି ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବଡ଼ ଆର୍ଥିକ କ୍ଷତି ହେଉଛି। ୨୦୨୦ରେ ଭାରତ ପ୍ରାକୃତି ବିପର୍ଯ୍ୟୟ ଯୋଗୁଁ ୬ ଲକ୍ଷ ୫୨ ହଜାର ୫୦୦ କୋଟି ଟଙ୍କା ହରାଇଛି। ବାତ୍ୟା, ବନ୍ୟା ଓ ମରୁଡି ଯୋଗୁଁ ଏହି କ୍ଷତି ହୋଇଥିବା ନେଇ ବିଶ୍ୱ ପାଣିପାଗ ସଂସ୍ଥାର ଷ୍ଟେଟ୍‌ ଅଫ ଦ କ୍ଲାଇମେଟ୍‌ ଇନ୍‌ ଏସିଆ ରିପୋର୍ଟରେ ଏହା ଉଲ୍ଲେଖ ରହିଛି। ୨୦୨୦ରେ ଚୀନ ସବୁଠାରୁ ଅଧିକ ୨୩୮ ବିଲିଅନ ଡଲାର, ଭାରତ ୮୭ ଓ ଜାପାନ ୮୩ ବିଲିଅନ ଡଲାର କ୍ଷତି ସହିଛି।

୨୦୨୦ରେ ଉତ୍ତର ଭାରତ ମହାସାଗରରେ ସୃଷ୍ଟି ହୋଇଥିଲା ୫ଟି ବାତ୍ୟା। ସବୁ ବାତ୍ୟା ଛୁଇଁଥିଲା ସ୍ଥଳଭାଗ। ଗୋଟିଏ ଆରବ ସାଗରରେ ଏବଂ ଆଉ ୪ଟି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା। ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ସଂଖ୍ୟା ସାମାନ୍ୟଠାରୁ ଅଧିକ। ୧୯୮୧ରୁ ୨୦୧୦ ମଧ୍ୟରେ ବାର୍ଷିକ ହାରାହାରି ୨.୯ ବାତ୍ୟା ସୃଷ୍ଟି ହୁଏ। କିନ୍ତୁ ୨୦୨୦ରେ ଏ ସଂଖ୍ୟା ଥିଲା ୪। ମେ ୨୦୨୦ରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିଲା ଅମ୍ଫାନ। ୧୯୯୯ ମହାବାତ୍ୟା ପରେ ପ୍ରଥମ ସୁପର ସାଇକ୍ଲୋନ ଥିଲା ଅମ୍ଫାନ। ଭେରି ସିଭିଅର ସାଇକ୍ଲୋନରେ ପରିଣତ ହୋଇ ଏହା ପଶ୍ଚିମବଙ୍ଗ ଓ ବାଲଂଦେଶ ଉପକୂଳର ସୁନ୍ଦରବନ ଦେଇ ଆତିକ୍ରମ କରିଥିଲା।

୨୦ ମେରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିଥିଲା। ବାତ୍ୟା ଯୋଗୁଁ ପଶ୍ଚିମବଙ୍ଗ ଓ ଓଡ଼ିଶାରୁ ୨୪ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ବାଂଲାଦେଶରେ ସ୍ଥାନାନ୍ତର ହୋଇଥିଲେ ୨୫ ଲକ୍ଷ। ଉଭୟ ଦେଶରେ ୨୮ ଲକ୍ଷ ଘର ଭାଙ୍ଗିଥିଲେ। ବାତ୍ୟା ଯୋଗୁଁ ୯୦ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୨୦ରେ ମୌସୁମୀ ଚାଲିଯିବା ପରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ନିବାର। ନଭେମ୍ବର ମାସରେ ଦକ୍ଷିଣ ପୂର୍ବ ଭାରତରେ ପ୍ରବଳ ବର୍ଷା ହୋଇଥିଲା। ବନ୍ୟା ବାତ୍ୟା ଯୋଗୁଁ ପ୍ରତିବର୍ଷ ଓଡ଼ିଶା ମଧ୍ୟ ବହୁ କ୍ଷତି ସହୁଛି। ୨୦୧୩ରେ ଫାଇଲିନ୍‌, ୨୦୧୪ରେ ହୁଡ୍‌ହୁଡ୍‌, ୨୦୧୮ରେ ତିତିଲି, ୨୦୧୯ରେ ଫନି ଓ ବୁଲବୁଲ୍‌ ଏବଂ ୨୦୨୦ରେ ଅମ୍ଫାନ ଯୋଗୁଁ ପ୍ରଭାବିତ ହୋଇଥିଲା ଓଡ଼ିଶା। ୨୦୨୧ରେ ୟଶର ପ୍ରକୋପ ସହିଥିଲା ଓଡ଼ିଶା। ସରକାରଙ୍କ ତତ୍ପରତା ଯୋଗୁଁ ବହୁ ମୂଲ୍ୟବାନ ଜୀବନ ରକ୍ଷା ପାଉଛି। କିନ୍ତୁ ପ୍ରତିଥର ବାତ୍ୟା ବହୁ ଧନସମ୍ପତ୍ତି ନଷ୍ଟ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.