ଭୁବନେଶ୍ବର: ସଫାରୀ ବସ ଗାଇଡକୁ ଆକ୍ରମଣ କଲା ଭାଲୁ, ହାତରୁ ନେଇଗଲା ପୁଳେ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ନନ୍ଦନକାନନରେ ଘଟିଯାଇଛି ଏକ ଅଘଟଣ । ଏକ ଦେଶୀ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିବା ନେଇ ରିପୋର୍ଟ ଆସିଛି। ସୂଚନା ମୁତାବକ ଆଜି ପ୍ରାୟ ସନ୍ଧ୍ୟା ୫.୧୫ ସମୟରେ କିଛି ପର୍ଯ୍ୟଟକଙ୍କ ସହିତ ଗାଇଡ୍ ସଫାରୀ ବସରେ ଭାଲୁ ସଫାରୀ ବୁଲିବା ପାଇଁ ଯାଇଥିଲେ । ଏହି ସମୟରେ ଭାଲୁଟି ବସ ନିକଟକୁ ଚାଲି ଆସିଥିଲା । ଉପସ୍ଥିତ ଗାଇଡ ଜଣକ ଭାଲୁକୁ ଏକ ବିସ୍କୁଟ ଖାଇବା ପାଇଁ ଦେବା ବେଳେ ଭାଲୁ ତାଙ୍କ ହାତକୁ ଟାଣି ନେଇଥିଲା । ଗା଼ଇ଼଼ଡଙ୍କର ହାତ ସଂଘାତିକ ଭାବେ କ୍ଷତ ହେବା ପରେ ବସ କର୍ମଚାରୀ ଭାଲୁକୁ ଘଉଡାଇ ଥିଲେ ।  ଗୁରୁତର ଅବସ୍ଥାରେ ଆହାତ ଗାଇଡଙ୍କୁ ସ୍ଥାନୀୟ  ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ନନ୍ଦନକାନନ ଉପନିର୍ଦେଶକ ସୁଚନା ଦେଇଛନ୍ତି ।

ବୁଧବାର ପ୍ରାୟ  ଅପରାହ୍ନ ପ୍ରାୟ ୨ଟା ବେଳେ ୩୪ ଜଣ ପର୍ଯ୍ୟଟକଙ୍କୁ ନେଇ ଏକ ବସ୍‌ ଭାଲୁ ସଫାରୀ ଭିତରେ ପ୍ରବେଶ କରିଥିଲା । ସାଥୀରେ ଥିଲେ ଗାଇଡ୍‌ ନିବାସ ବେହେରା । ସଫାରୀରେ ବୁଲାବୁଲି ସାରି ପ୍ରାୟ ୪.୨୦ ମିନିଟ୍‌ରେ ଫେରୁଥିବା ବେଳେ ଛପି ରହିଥିବା ଏକ ଭାଲୁ ବସ୍‌ ଉପରକୁ ଲମ୍ଫ ଦେଇଥିଲା । ଏହାପରେ ବସ୍‌ ଉପରେ ଡିଆଁଡେଇଁ କରିଥିଲା । ସେହି ସମୟରେ ନିବାସ ବେହେରା ଅଜାଣତରେ ଝରକା ବାହାରକୁ ନିଜର ହାତ ବାହାର କରି ଦେଇଥିଲେ । ବସ୍‌ ଛାତ ଉପରେ ଡେଉଁଥିବା ଭାଲୁଟି ନିବାସଙ୍କ ଡାହାଣ ହାତକୁ ଝୁଣି ପକାଇଥିଲା । ଫଳରେ ସେ ରକ୍ତାକ୍ତ ହୋଇଯାଇଥିଲେ। ତାଙ୍କୁ ସଂଗେ ସଂଗେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.