ଛୁଆ ପାଇଁ ସ୍କିନ କେୟାର ପ୍ରଡକ୍ଟ କରି ଏବେ ମାସକୁ ଲକ୍ଷ ଲକ୍ଷ ଟଙ୍କାର ବିଜିନେସ କରୁଛନ୍ତି ଏହି ମହିଳା

କଥାରେ ଅଛି ମା’ ଯଦି ଚାହିଁବ ତାହେଲେ ଦିନ ସମୟରେ ବି ଛୁଆ ପାଇଁ ଆକାଶରୁ ତାରା ତୋଳି ଆଣିପାରିବ । ଏହି ଉକ୍ତିଟିର ଜୀବନ୍ତ ଉଦାହରଣ ହେଉଛନ୍ତି ଐଶ୍ଵରିୟା ରବି । ଯିଏ ନିଜ ଛୁଆର ତ୍ୱଚାର ସୁରକ୍ଷା ପାଇଁ ଆଉ ସ୍କିନ ଆଲର୍ଜିରୁ ରକ୍ଷା ପାଇବା ପାଇଁ ଘରେ ହିଁ ବିଭିନ୍ନ ବେବି ପ୍ରଡକ୍ଟସ ବନେଇବା ଆରମ୍ଭ କରିଦେଇଥିଲେ । ଆଉ ଆଜି ଐଶ୍ଵରୀୟାଙ୍କ ନାଁ ଜଣେ ସଫଳ ଉଦ୍ୟୋଗପତି ତାଲିକାରେ ରହିଛି । ଆଉ ଆଜି ମାସକୁ ଲକ୍ଷ ଲକ୍ଷ ଟଙ୍କାର ବିଜନେସ ଚଳାଉଛନ୍ତି ଐଶ୍ୱରୀୟା । ୨୦୧୫ ମସିହାରେ ୨୯ ବର୍ଷୀୟା ଐଶ୍ୱରୀୟା ନିଜ ଝିଅର ସ୍କିନ ଆଲର୍ଜିକୁ ନେଇ ବ୍ୟତିବ୍ୟସ୍ତ ହୋଇପଡିଥିଲେ । କୁନି ଝିଅର ତ୍ୱଚାରେ ରାଶେଜ ବାହାରିବାରୁ ସେ ତାକୁ ନେଇ ଡାକ୍ତରଙ୍କ ପାଖକୁ ଯାଇଥିଲେ । ବଜାରରେ ମିଳୁଥିବା ପ୍ରସାଧନ ସାମଗ୍ରୀ ଯୋଗୁଁ ତାଙ୍କ ଝିଅର ଏମିତି ଅବସ୍ଥା ହୋଇଛି ବୋଲି ଡାକ୍ତର ଐଶ୍ଵରିୟାଙ୍କୁ କହିଥିଲେ । ସେହି ସବୁ ଉତ୍ପାଦରେ ଏମିତି ଏକ କେମିକାଲ ଥିଲା ଯାହାକି ଝିଅ ତ୍ୱଚାକୁ ସୁହାଇନଥିଲା ।

bussiness woman

କିଛି ସପ୍ତାହ ପର୍ଯ୍ୟନ୍ତ କୌଣସି ବାହାର ଜିନିଷ ବ୍ୟବହାର ନ କରି ସ୍ପଞ୍ଜରେ ଘଷି ତାକୁ ଗାଧୋଇ ଦେବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ । ଡାକ୍ତରଙ୍କ ଠାରୁ ଏହା ଶୁଣି ମନେ ମନେ ବ୍ୟସ୍ତ ହୋଇପଡିଥିଲେ ଐଶ୍ୱରୀୟା । ଏତେ ଦିନ କେମିତି ବିନା ସାବୁନ ଓ ଶାମ୍ପୁରେ ଶିଶୁକୁ ସଫା କରିବେ ସେନେଇ ଚିନ୍ତାରେ ପଡିଗଲେ । ପରେ ଏନେଇ ନିଜ ମା ଓ ଜେଜେ ମା’ଙ୍କ ପରାମର୍ଶ ନେଇଥିଲେ । ସେମାନଙ୍କ ମତ ନେବା ପରେ ବିଭିନ୍ନ ପ୍ରକାର ଘରୋଇ ଜିନିଷ ଯେମିତିକି କୋଲ୍ଡ ପ୍ରେସଡ ତେଲ, ଅଣ୍ଡାର ଧଳା ଅଂଶ, ବେସନ ଆଦିକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିଥିଲେ । ଆଉ ଏହି ପେଷ୍ଟକୁ ପ୍ରଥମେ ନିଜ ତ୍ୱଚା ଉପରେ ପ୍ରୟୋଗ କରିଥିଲେ । କୌଣସି ସାଇଡ ଇଫେକ୍ଟ ଦେଖାନଦେବାରୁ ଏହାକୁ ଛୁଆ ଉପରେ ପ୍ରୟୋଗ କରିଥିଲେ । ଏହାକୁ ଲଗାଇବା ପରେ ଛୁଆର ତ୍ୱଚା ସମସ୍ୟା ଧୀରେ ଧୀରେ କମିବାକୁ ଲାଗିଲା । ଏହି ଘଟଣା ପରେ ପଛକୁ ହଟି ନଥିଲେ ଐଶ୍ଵରିୟା ।

ଅନ୍ୟ ମା’ତଥା ଶିଶୁଙ୍କ ପାଇଁ ଏହି ତରିକା ପହଞ୍ଚାଇବାକୁ ମନେ ମନେ ସ୍ଥିର କଲେ । ଏହା ପରେ ବିଭିନ୍ନ ବ୍ଲଗ ଆଦି ପଢିବା ଆରମ୍ଭ କରିଦେଇଥିଲେ । ଏହା ପରେ ସ୍କିନ କେୟାର ପ୍ରଡକ୍ଟ ତିଆରି କରିବା ଆରମ୍ଭ କରିଦେଇଥିଲେ । ଘରୋଇ ଜିନିଷରେ ଶାମ୍ପୁ, କଣ୍ଡିସନର, ମଇଶ୍ଚରାଇଜର ବନେଇବା ଆରମ୍ଭ କରିଦେଇଥିଲେ । ଏଗୁଡ଼ିକୁ ପରିବାର ଲୋକ, ବନ୍ଧୁ ପରିଜନ ମଧ୍ୟରେ ବାଣ୍ଟିଥିଲେ । ଫଳାଫଳ ଭଲ ମିଳିବାରୁ ଧୀରେ ଧୀରେ ଅଧିକରୁ ଅଧିକ ଜିନିଷ ବନେଇବା ଆରମ୍ଭ କରିଦେଇଥିଲେ । ୨୦୧୮ ମସିହା ସୁଦ୍ଧା ତାଙ୍କ କଷ୍ଟମର ସଂଖ୍ୟା ବଢି ଯାଇଥିଲେ । ପ୍ରଥମେ କେବଳ ସାବୁନ ଓ ଲିକ୍ୱିଡ଼ ସୋପ ବନାଉଥିବା ବେଳେ ପରେ ଅନ୍ୟ ସବୁ ପ୍ରସାଧନ ସାମଗ୍ରୀ ବନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.