Below header

କେବଳ ଭିକ୍କି-କ୍ୟାଟ୍ରିନା ନୁହେଁ, ଏହି ଡିସେମ୍ବରରେ ରଣବୀର-ଆଲିଆ ବି କରିବେ ବିବାହ! ଆରମ୍ଭ କଲେଣି ପ୍ଲାନିଂ

ବଲିଉଡ୍‌ରେ ଏବେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ବହୁ ଚର୍ଚ୍ଚିତ ସେଲିବ୍ରିଟି ଯୋଡ଼ି ଚଳିତବର୍ଷ ଶେଷ ଆଡ଼କୁ ହାତକୁ ଦି ହାତ ହେବାକୁ ଯାଉଛନ୍ତି। କିଛି ଦିନ ହେବ ଖବର ଆସୁଥିଲା ଯେ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌ ବିବାହ କରିବାକୁ ଯାଉଛନ୍ତି। ତେବେ ଇତି ମଧ୍ୟରେ ଆଉ ଏକ ସେଲିବ୍ରିଟି ଯୋଡ଼ି ହାତକୁ ଦି ହାତ ହେବେ ବୋଲି ଖବର ମଧ୍ୟ ସାମ୍ନାକୁ ଆସିଛି। ଏହି ଯୋଡ଼ି ହେଉଛନ୍ତି ରଣବୀର କପୁର ଓ ଆଲିଆ ଭଟ୍ଟ। ଖବର ଆସୁଛି ଯେ ଏହି ଯୋଡ଼ି ଚଳିତବର୍ଷ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି।

କୁହାଯାଉଛି ଯେ ଏହି ମୋଷ୍ଟ ଆଡରେବଲ ଯୋଡ଼ି ରଣବୀର କପୁର ଓ ଆଲିଆ ଭଟ୍ଟ ଚଳିତବର୍ଷ ଡିସେମ୍ବର ମାସରେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି। ରଣବୀର ଓ ଆଲିଆ ପରସ୍ପରକୁ ଦୀର୍ଘ ଦିନ ଧରି ଡେଟ୍‌ କରୁଛନ୍ତି। ଫ୍ୟାନ୍‌ମାନେ ତାଙ୍କ ବିବାହକୁ ବହୁ ଦିନ ହେଲାଣି ଅପେକ୍ଷା କରି ରହିଛନ୍ତି। ଖବର ମୁତାବକ, ରଣବୀର ଓ ଆଲିଆ ଚଳିତବର୍ଷ ଡିସେମ୍ବରରେ ବିବାହ କରିପାରନ୍ତି। ଏଣୁ ଉଭୟେ ନିଜ ସମସ୍ତ କାମକୁ ଶୀଘ୍ର ଶୀଘ୍ର ସାରୁଛନ୍ତି।

ରଣବୀର ଡିସେମ୍ବରରେ ସନ୍ଦୀପ ରେଡି ବାଂଗାଙ୍କ ଫିଲ୍ମ ‘ଆନିମଲ’ରେ କାମ କରିବାକୁ ପ୍ରସ୍ତୁତ ଥିଲେ। କିନ୍ତୁ ଏବେ ସେ ଫିଲ୍ମର ସୁଟିଂ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ଏହି ଫିଲ୍ମର ସୁଟିଂ ସେମାନେ ଆସନ୍ତାବର୍ଷ ଆରମ୍ଭ କରିବେ। ସେହିପରି ଆଲିଆ ଭଟ୍ଟ ମଧ୍ୟ ଶାହାରୁଖ ଖାନ୍‌ଙ୍କ ହୋମ୍‌ ପ୍ରଡକ୍ସନ୍‌ ଫିଲ୍ମ ‘ଡାର୍ଲିଂସ୍‌’ର କାମ ପୂରା କରିଦେଇଛନ୍ତି। ବର୍ଷ ଶେଷ ଆଡ଼କୁ ସେ କେବଳ ଗଙ୍ଗୁବାଇ କାଠିୟାବାଡି ଫିଲ୍ମର ପ୍ରମୋଶନ ହିଁ କରିବେ। ଚର୍ଚ୍ଚା ହେଉଛି ଯେ ଉଭୟେ ଡିସେମ୍ବରରେ ବିବାହ କରିବେ। ଏହି କାରଣରୁ ଉଭୟ ରଣବୀର ଓ ଆଲିଆ ନିଜର ସମସ୍ତ ପ୍ରୋଜେକ୍ଟର ତାରିଖ ଫାଙ୍କା କରୁଛନ୍ତି। ଏହା ପୂର୍ବରୁ ରଣବୀର କପୁର ଓ ଆଲିଆ ଭଟ୍ଟ ଯୋଧପୁର ଟୁର୍‌ ପାଇଁ ଚର୍ଚ୍ଚାରେ ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.