୧୧ ଆଥଲେଟ୍ସଙ୍କ ନାଁକୁ ଖେଳ ରତ୍ନ ପୁରସ୍କାର ପାଇଁ ସୁପାରିଶ

କେନ୍ୟୁଜ୍(ବ୍ୟୁରୋ):ଟୋକିଓ ହିରୋଙ୍କୁ ଖେଳ ରତ୍ନ ପୁରସ୍କାର ପାଇଁ ସୁପାରିଶ । ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଏବଂ ରୌପ୍ୟ ପଦକ ବିଜେତା ରେସଲର ରବି ଦାହିଆଙ୍କ ନାମ ୨୦୨୧ ଖେଳ ରତ୍ନ ପାଇଁ ସୁପାରିଶ ହୋଇଛି । ଚଳିତ ବର୍ଷ ଖେଳ ରତ୍ନ ପୁରସ୍କାର ପାଇଁ ମୋଟ ୧୧ ଜଣ ଖେଳାଳିଙ୍କ ନା ସୁପାରିସ କରିଛି ନ୍ୟାସନାଲ ସ୍ପୋର୍ଟସ ଆଓ୍ଵାର୍ଡ କମିଟି ।

ସେମାନଙ୍କ ମଧ୍ୟରେ ଅଛନ୍ତି ବକ୍ସର ଲଭଲୀନା ବୋର୍ଗୋହେନ୍‌, ଫୁଟବଲ ଖେଳାଳି ସୁନୀଲ ଛେତ୍ରୀ, କ୍ରିକେଟର ମିଥାଲୀ ରାଜ ଏବଂ ହକି ତାରକା ପି ଶ୍ରୀଜେଶ୍‌ । ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ ସହ ୫ ଜଣ ପାରା ଅଲିମ୍ପିଆନଙ୍କ ନାଁ ମଧ୍ୟ ଚଳିତ ବର୍ଷ ଖେଳ ରତ୍ନ ପାଇଁ ସୁପାରିସ ହୋଇଛି । ସେହିପରି ଅର୍ଜୁନ ପୁରସ୍କାର ପାଇଁ ଶିଖର ଧଓ୍ଵନଙ୍କ ସମେତ ୩୫ ଜଣ ଖେଳାଳିଙ୍କ ନାଁ ସୁପାରିସ ହୋଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.