ଆଶୀର୍ବାଦ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ: ୫ଟି ପରିବାରକୁ ଭେଟିଲେ ସାଂସଦ ସୁବାସ ସିଂ

କେନ୍ୟୁଜ୍(ବ୍ୟୁରୋ):କୋଭିଡ ମୃତକଙ୍କ ପାଇଁ ରାଜ୍ୟ ସରକାର ଆଣିଥିବା ଆଶୀର୍ବାଦ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ । ସାଂସଦ, ମନ୍ତ୍ରୀ, ବିଧାୟକ ହୁଅନ୍ତୁ ନା କାହିଁକି, ସେମାନେ ସେହି ପରିବାରକୁ ଯାଇ ଯୋଜନା ମିଳିବାରେ ସହାୟକ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଛନ୍ତି । ଡକ୍ୟୁମେଣ୍ଟରେ ସାମାନ୍ୟ ତ୍ରୁଟି ଯୋଗୁ ଯୋଜନାରୁ ବଞ୍ଚିତ ହେଉଛନ୍ତି ଅନେକ ଲୋକେ । ଏହି କ୍ରମେ କଟକରେ ୫ଟି ପରିବାରକୁ ଭେଟିଛନ୍ତି ସାଂସଦ ସୁବାସ ସିଂ ।

subas singh 2

ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନାରେ ଏକକାଳୀନ ୫୦ ହଜାର ଟଙ୍କା ସହାୟତ ସହ ଦୁଇଟି ପିଲା ଥିଲେ ମାସିକ ୨୫ ଶହ ଟଙ୍କା ଏବଂ ଗୋଟିଏ ପିଲା ଥିଲେ ୧୫ ଶହ ଏବଂ ଘରୋଇ ସ୍କୁଲରେ ପଢ଼ୁଥିଲେ ୧୮ ବର୍ଷ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଫି’ ରାଜ୍ୟ ସରକାର ବହନ କରିବେ । ମୃତକଙ୍କ ପତ୍ନୀଙ୍କୁ ବିଧବା ଭତ୍ତା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ବିଜେଡି ନେତା ମାନେ ଏହି ମୃତକଙ୍କ ପରିବାରକୁ ଭେଟି ସେମାନେ କିଭଳି ଯୋଜନାରେ ଉପକୃତ ହୋଇପାରିବେ ସେହି ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.