ଆସନ୍ତା ମାସ ଠାରୁ ଜୋରଦାର ହେବ ଟିକାକରଣ, ଘର ଘର ବୁଲି ସ୍ବାସ୍ଥ୍ୟକର୍ମୀମାନେ କରିବେ ଟିକାଦାନ

କେନ୍ୟୁଜ୍(ବ୍ୟୁରୋ):ଆସନ୍ତା ମାସ ଠାରୁ ଜୋରଦାର ହେବ ଟିକାକରଣ। ଘର ଘର ବୁଲି ସ୍ବାସ୍ଥ୍ୟକର୍ମୀମାନେ ଟିକାକରଣ କାର୍ଯ୍ୟକ୍ରମ ପରିଚାଳନା କରିବେ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ।ଏହି ମେଗା ଟିକାକରଣ କ୍ୟାମ୍ପେନର ନାଁ ରଖାଯାଇଛି ‘ହର ଘର ଦସ୍ତକ’ । ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି  ଆମେ ସ୍ଥିର କରିଛୁ ଯେ ଆସନ୍ତା ଏକ ମାସ ପାଇଁ ସ୍ବାସ୍ଥ୍ୟକର୍ମୀମାନେ ଡୋର ଟୁ ଡୋର ଯାଇ ଟିକାଦାନର ଯୋଗ୍ୟ ଲୋକଙ୍କୁ ଟୀକାକରଣ କରିବୁ। ଯେଉଁମାନେ ପ୍ରଥମ ଡୋଜ ନେଇ ନାହାଁନ୍ତି ସେମାନଙ୍କୁ ମଧ୍ୟ ଟିକାକରଣରେ ସାମିଲ କରାଯିବ।

ଦେଶରେ ୪୮ଟି ଜିଲ୍ଲା ଚିହ୍ନଟ କରାଯାଇଛି ଯେଉଁଠାରେ ୫୦ ପ୍ରତିଶତରୁ କମ୍ ଟିକାଦାନ ହୋଇଛି।ଏହି ଟିକାକରଣରେ ସେହି ସବୁ ଜିଲ୍ଲାଗୁଡ଼ିକୁ ବିଶେଷ ଧ୍ୟାନ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏହାସହ ମନ୍ତ୍ରୀ କହିଛନ୍ତି ଯେ ଦେଶର ୩୨ ପ୍ରତିଶତ ଲୋକ ଦୁଇଟି ଡୋଜ୍ ପୂରା କରିଛନ୍ତି। ୧୦ କୋଟିରୁ ଅଧିକ ଲୋକ ଦ୍ୱିତୀୟ ଡୋଜ ପୂରା କରିନାହାନ୍ତି। ଦ୍ୱିତୀୟ ଡୋଜ ପାଇବାକୁ ଯୋଗ୍ୟ ବ୍ୟକ୍ତି ଏହି ଟିକା ନେବା ଉଚିତ ବୋଲି ମନ୍ତ୍ରୀ  କହିଛନ୍ତି।

You might also like