ଚର୍ଚ୍ଚାରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ, ଅପରାଧ ଓ ଦୁର୍ଘଟଣାକୁ ରୋକିବାକୁ ଜାରି କଲେ ହେଲ୍ପ ଲାଇନ୍ ନମ୍ବର

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ବାଲୁଗାଁ ଏସଡ଼ିପିଓଙ୍କ ଅଧିନରେ ରହିଛି ୪ ଟି ପୋଲିସ ଥାନା । ଟାଙ୍ଗୀ, ବାଲୁଗାଁ, ବାଣପୁର, ନିରାକାରପୁର । ଏହାସହିତ ୫ଟି ପୋଲିସ ଫାଣ୍ଡି ଯଥା କୁହୁଡି, ଭୂଷଣ୍ଡପୁର , ନାଚୁଣୀ, ଗମ୍ଭାରୀମୁଣ୍ଡ ଓ ନାଭାଲ । ଖୋର୍ଦ୍ଧା ଜିଲ୍ଲାର ଭୌଗୋଳିକ ପୋଲିସ ମାନଚିତ୍ରରେ ବାଲୁଗାଁ ଏସଡ଼ିପିଓଙ୍କ କାର୍ଯ୍ୟାଳୟର ଅତି ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଅଞ୍ଚଳ ଦେଇ ୧୬ନମ୍ବର ଜାତୀୟ ରାଜପଥ ଯାଇଛି । ପ୍ରତିଦିନ କିଛି ନା କିଛି ଛୋଟ ବଡ ଦୁର୍ଘଟଣା ଘଟେ । ତାହା ସାଙ୍ଗକୁ ଏବେ ଚୋରି ରାହାଜାନୀ ଓ ରାଜପଥ ଲୁଟେରାଙ୍କ ଦୋରାତ୍ମ ମାତ୍ରାଧିକ ବଢିଚାଲିଛି ।

ଏସବୁକୁ ଲକ୍ଷ କରି ପ୍ରଥମ ଥର ଆଜି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଏକ ଜରୁରୀକାଳୀନ ନମ୍ବର ଜାରି କରିଛନ୍ତି। ୧୬ ନମ୍ବର ଜାତୀୟ ରାଜପଥ ନାଭାଲ ଛକ ଠାରୁ ବଡ଼ପୋଖରିଆ ପର୍ଯ୍ୟନ୍ତ । ଜାତୀୟ ରାଜପଥରେ ଦୁର୍ଘଟଣା, ଚୋରି, ଲୁଟ ଓ ଡକାୟତିର ସମୁଖୀନ ବ୍ଯକ୍ତି
ଅସୁବିଧା ସମୟରେ ୮୫୯ ୬୮୬୬ ୨୩୨ ନମ୍ବରକୁ ଫୋନକରି ସୂଚନା ଦେଇ ପୋଲିସର ସହାୟତା ପାଇ ପାରିବେ ।

ଲୋକଙ୍କ ଠାରୁ ଖବର ପାଇବା ମାତ୍ରେ ତୁରନ୍ତ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ସହଯୋଗ ପାଇଁ ପହଁଚିବ। ଏହି ନମ୍ବରଟି ଚବିଶ ଘଣ୍ଟା ଖୋଲା ରହିବ । ବୋଲି ଏସ.ଡ଼ି.ପି.ଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି। ବାଲୁଗାଁ ଏସ.ଡ଼ି.ପି.ଓଙ୍କ ଏଭଳି ଜନହିତ କରି ପଦକ୍ଷେପକୁ ସ୍ଥାନୀୟ ବୁଦ୍ଧିଜୀବୀ ବେଶ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.