ଶ୍ରୀମନ୍ଦିରରେ ବନକ ଲାଗି ନୀତି, ଅପରାହ୍ଣ ୪ଟାରୁ ରାତି ୮ଟା ପର‌୍ୟ୍ୟନ୍ତ ରହିବ ଦର୍ଶନ ବନ୍ଦ

ପୁରୀ (କେନ୍ୟୁଜ୍) : ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି । ମହାପ୍ରଭୁଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବାୟତ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇ ଗୁପ୍ତ ନୀତି ସଂପନ୍ନ କରାଯିବ । ଏଥିପାଇଁ ସର୍ବସାଧାରଣ ଦର୍ଶନ ଅପରାହ୍ଣ ୪ଟା ରୁ ରାତି ୮ଟା ପର‌୍ୟ୍ୟନ୍ତ ପ୍ରାୟ ୪ ଘଣ୍ଟା ବନ୍ଦ ରହିବ । ଏହି ବନକଲାଗିରେ ମହାପ୍ରଭୁଙ୍କ ଶ୍ରୀମୁଖକୁ ପାରମ୍ପରିକ ରଙ୍ଗ ହିଂଗୁଳ, ହରିତାଳ, କର୍ପୂର, ଚନ୍ଦନ ଓ କସ୍ତୁରୀ ଲଗାଯାଇ ଶୃଙ୍ଗାର କରାଯିବା ପରମ୍ପରା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.