ତୁଟିଲା ବିବାଦ, ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବନକଲାଗି ନୀତି
ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଦଇତାପତି ନିଯୋଜ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି ।

ପୁରୀ (କେନ୍ୟୁଜ): ତୁଟିଲା ବିବାଦ। ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି । ଦତ୍ତମହାପାତ୍ର ନିଯୋଗ ସହଯୋଗରେ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଏନେଇ ଦତ୍ତମହାପାତ୍ର ନିଯୋଗ ସହ ଆଲୋଚନା କରିଛନ୍ତି ପୁରୀ ଜିଲ୍ଳାପାଳ। ବନକଲାଗି ନୀତି ନେଇ ପରିଚାଳନା କମିଟି ସଦସ୍ୟ ଓ ଦଇତାପତି ନିଯୋଗ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ନିର୍ଦ୍ଦେଶର ଅବମାନନା କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଗତ ବୁଧବାର ନୀତି ସଂପାଦନ ନକରିଥିବାରୁ ଦତ୍ତମହାପାତ୍ରଙ୍କୁ ନୋଟିସ ଜାରି ହୋଇଥିଲା । ୨୦୧୮ ମସିହାରୁ ପ୍ରତି ବୁଧବାର ବନକଲାଗି କରାଯିବ ବୋଲି ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା। ମହାପ୍ରଭୁଙ୍କ ବନକ ଲାଗି ନୀତି ବିଶୃଙ୍ଖଳା ପ୍ରସଙ୍ଗ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ପରେ ଗତକାଲି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ବସିଥିଲା। ବୈଠକରେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ପରିଚାଳନା କମିଟି ସେବାୟତ ସଦସ୍ୟ ଓ ଦଇତାପତି ସେବାୟତ ଉପସ୍ଥିତ ଥିଲେ।