ଆଜି କାର୍ଗିଲ ବିଜୟ ଦିବସ: ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସହିଦଙ୍କୁ ମନେ ପକାଉଛି ସାରା ଦେଶ
ଆଜି କାର୍ଗିଲ ବିଜୟ ଦିବସ । ୧୯୯୯ ମସିହାରେ ହୋଇଥିବା କାର୍ଗିଲ ଯୁଦ୍ଧ, ପାକିସ୍ତାନ ଉପରେ ଭାରତର ବିଜୟକୁ ସ୍ମରଣ କରିବା ତଥା ପାଳନ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୬ରେ ସାରା ଦେଶରେ କାର୍ଗିଲ ଦିବସ ପାଳନ କରାଯାଇଥାଏ । ଏହି ଅବସରରେ ଲାମୋଚେନ୍ ଦ୍ରାସ୍ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ନୂଆଦିଲ୍ଲୀ : ଆଜି କାର୍ଗିଲ ବିଜୟ ଦିବସ । ୧୯୯୯ ମସିହାରେ ହୋଇଥିବା କାର୍ଗିଲ ଯୁଦ୍ଧ, ପାକିସ୍ତାନ ଉପରେ ଭାରତର ବିଜୟକୁ ସ୍ମରଣ କରିବା ତଥା ପାଳନ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୬ରେ ସାରା ଦେଶରେ କାର୍ଗିଲ ଦିବସ ପାଳନ କରାଯାଇଥାଏ । ଏହି ଯୁଦ୍ଧ ସମୟରେ ସାହସୀ ଭାରତୀୟ ସୈନିକମାନେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ପରାସ୍ତ କରିଥିଲେ ।
ଯେଉଁମାନେ ବେଆଇନ ଭାବେ କାର୍ଗିଲରେ ଭାରତୀୟ ପୋଷ୍ଟ ଧରିବାକୁ ଉଦ୍ୟମ କରିଥିଲେ । ଏହି ଯୁଦ୍ଧ ୬୦ ଦିନରୁ ଅଧିକ ସମୟ ଧରି ଚାଲିଥିଲା ଏବଂ ପାକିସ୍ତାନ ଦ୍ୱାରା ପରିଚାଳିତ ସମସ୍ତ ଅଞ୍ଚଳକୁ ଭାରତ ନିଜ ଅଧୀନକୁ ଆଣିବା ସହିତ ଶେଷ ହୋଇଥିଲା । ଏହି ଯୁଦ୍ଧରେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ୫୨୭ ସହିଦଙ୍କୁ ସ୍ମରଣ କରିବା ପାଇଁ ମଧ୍ୟ ଏହି ଦିନ ପାଳନ କରାଯାଏ । ୨୪ତମ ବାର୍ଷିକୀ ଅବସରରେ ଲାମୋଚେନ୍ ଦ୍ରାସ୍ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ କାର୍ଗିଲ୍ ଯୁଦ୍ଧର ବିଭିନ୍ନ ଘଟଣାବଳୀକୁ ନେଇ ଏକ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ହୋଇଛି ।