Below header

ଶେଷ ହେଲା ବଙ୍ଗୋମୁଣ୍ଡା ଧନୁଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆତସବାଜି ମନମୋହିଲା ଦର୍ଶକଙ୍କର

ଢୋଲ ନିଶାନ ତାଶା ଓ ଘଣ୍ଟ ତଥା ସୁଦୁର ବନାରସ ରୁ ଆସିଥିବା ଅଘୋରୀ କଳାକାରଙ୍କ ବାଦ୍ୟ ଯନ୍ତ୍ର ନୃତ୍ୟରେ କମ୍ପିଲା ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଗାଁ । ହାତୀ ପିଠିରେ ବସି ମହାରାଜ କଂସ ଙ୍କ ଶୋଭାଯାତ୍ରା ଓ ରଥରେ ବସି କୃଷ୍ଣ ବଳରାମ ଙ୍କ ଶୋଭାଯାତ୍ରା ଓ ଅଘୋରୀଙ୍କ ଚିତାକର୍ଷକ ନୃତ୍ୟ ସହିତ ମିନାବଜାର ଓ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ଓ ଆତସବାଜି ମନମୋହିଲା ଦର୍ଶକଙ୍କର ।

କଂଟାବାଞ୍ଜି(କେନ୍ୟୁଜ୍): ଢୋଲ ନିଶାନ ତାଶା ଓ ଘଣ୍ଟ ତଥା ସୁଦୁର ବନାରସ ରୁ ଆସିଥିବା ଅଘୋରୀ କଳାକାରଙ୍କ ବାଦ୍ୟ ଯନ୍ତ୍ର ନୃତ୍ୟରେ କମ୍ପିଲା ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଗାଁ । ହାତୀ ପିଠିରେ ବସି ମହାରାଜ କଂସ ଙ୍କ ଶୋଭାଯାତ୍ରା ଓ ରଥରେ ବସି କୃଷ୍ଣ ବଳରାମ ଙ୍କ ଶୋଭାଯାତ୍ରା ଓ ଅଘୋରୀଙ୍କ ଚିତାକର୍ଷକ ନୃତ୍ୟ ସହିତ ମିନାବଜାର ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆତସବାଜି ମନମୋହିଲା ଦର୍ଶକଙ୍କର ।

ଗତକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାଆଡମ୍ବରରେ ପାଳିତ ହେଲା ବଂଗୋମୁଣ୍ଡା ଧନୁଯାତ୍ରା । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଗାଁ ହୋଇଉଠିଥିଲା ଲୋକାରଣ୍ୟ । ଅବସର ଥିଲା ଦୀର୍ଘ ବର୍ଷ ଧରି ପାଳିତ ହୋଇ ଆସୁଥିବା ଧନୁଯାତ୍ରାର । ବଂଗୋମୁଣ୍ଡା ହୋଇଥିଲା ମଥୁରା କଟକ ଓ ଗୋହିରାପଦର ହୋଇଥିଲା ଗୋପପୁର । ସତେ ଯେପରି ସାରା ଗାଁ ହୋଇଯାଇଥିଲା ମଥୁରା ଓ ଗ୍ରାମବାସି ହୋଇଯାଇଥିଲେ ପ୍ରବଳପ୍ରତାପି କଂସଙ୍କ ପ୍ରଜା । ଅପରାହ୍ନ ରେ ବାହାରିଥିଲା ମହାରାଜ କଂସ ଙ୍କ ନଗର ଭ୍ରମଣ ପାଇଁ ଶୋଭାଯାତ୍ରା । ଅଷ୍ଟ ମଲ୍ଲଙ୍କ ସହ ହାତୀ ପିଠି ରେ ବସି ମହାରାଜା କଂସ ଙ୍କ ଶୋଭାଯାତ୍ରା ରେ ବାଜୁଥିଲା ଢୋଲ ନିଶାନ ତାଶା ଓ ଘଣ୍ଟ ତଥା ସୁଦୁର ବନାରସ ରୁ ଆସିଥିବା ଅଘୋରୀ କଳାକାର ଙ୍କ ବାଦ୍ୟ ଜନ୍ତ୍ର ନୃତ୍ୟ । ସମାହାରରେ ପ୍ରକମ୍ପିତ ହୋଇଊଠିଥିଲା ସାରା ବଙ୍ଗୋମୁଣ୍ଡା ।

krushna

ମହାରାଜ କଂସ ମଧ୍ୟ ଏକ ସୁସଜ୍ଜିତ ହାତି ଉପରେ ବସି ସହର ପରିକ୍ରମା କରିଥିଲେ ଓ ପ୍ରଜା ଙ୍କ ସାମାନ୍ୟ ଦୋଷ ତ୍ରୃଟି ଦେଖିଲେ କଠୋର ଦଣ୍ଡ ବିଧାନ କରୁଥିଲେ । ଆରପଟେ ଚାଲିଥିଲା ଶ୍ରୀକୃଷ୍ଣ ଓ ବଳରାମ ଙ୍କ ଶୋଭାଯାତ୍ରା । ଦୁଲଦୁଲି ଢୋଲ ନିଶାନ ଘଣ୍ଟ ବାଦ୍ୟରେ ର ତାଳେ ତାଳେ ନାଚି ନାଚି ଗ୍ରାମବାସୀ ସ୍ୱାଗତ କରିଥିଲେ ଶ୍ରୀକୃଷ୍ଣ ଙ୍କ ର। ଏକ ସୁସଜ୍ଜିତ ରଥରେ କଂସ ମହାରାଜ ଆୟୋଜନ କରିଥିବା ଧନୁଯାତ୍ରାରେ ଭାଗ ନେବା ପାଇଁ ଅକ୍ରୁର ନେଇ ଆସିଥିଲେ କୃଷ୍ଣ ଓ ବଳରାମ ଙ୍କୁ ମଥୁରା କଟକ ।

ତେବେ ଏପଟେ ନଗର ପରିକ୍ରମା କରି ଶୋଭାଯାତ୍ରା ପହଚିଂଥିଲା ବଂଗୋମୁଣ୍ଡା ଖେଳପଡିଆକୁ । ସେଠି ଲାଗିଥିଲା ମିନାବଜାର ବିଭିନ୍ନ ପ୍ରକାରର ଦୋଳି ଓ ଅନେକ ଦୋକାନ ବଜାର । ଚଳିତ ବର୍ଷ ର ଏହି ଧନୁଯାତ୍ରାର ଉଦଯାପନୀ ଦିନରେ ରାଜକୀୟ ଅତିଥୀ ଭାବରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ରୂପେ ପୂର୍ବତନ ବିଜେଡି ବିଧାୟକ ତଥା ବିଜେଡି ରାଜ୍ୟ ସାଧାରଣ ସଂପାଦକ ଆୟୁବ ଖାଁ ଯୋଗ ଦେଇଥିଲେ । ଉଦଯାପନି ଦିନ ଶେଷରେ ଶ୍ରୀକୃଷ୍ଣ ଙ୍କ ସହ ମଲ୍ଲଯୁନ୍ଧରେ ଶେଷରେ ପ୍ରାଣ ଦେଲା ପ୍ରବଳପ୍ରତାପି କଂସ।

daeshaka

ଦୀର୍ଘ ୩୭ ବର୍ଷ ଧରି ଏହି ଧନୁଯାତ୍ରା ବଂଗୋମୁଣ୍ଡାରେ ପାଳିତ ହୋଇ ଆସିଥିବା ବେଳେ ଗତ ୧୨ ବର୍ଷ ଧରି ଏହି ଯାତ୍ରା କୁ ଜାକଜମକରେ ପାଳନ କରାଯାଉଛି । ତେବେ ଏ ବର୍ଷ ଦର୍ଶକ ଙ୍କ ଉତ୍ସାହକୁ ଦେଖି ଆୟୋଜକ ମାନେ ମଧ୍ୟ ବେଶ ଉତ୍ସାହିତ ହୋଇଥିଲେ ଓ ଆଗାମୀ ବର୍ଷରେ ଏହାକୁ ଆହୁରି ଆଡମ୍ବରରେ ପାଳନ କରିବାକୁ ଲକ୍ଷ୍ୟ ରଖିଥିବା କଥା କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.