ବଲିଉଡର ଲୋକପ୍ରିୟ ଫ୍ୟାଶନ ଡିଜାଇନର ରୋହିତ ବଳଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ, ମୃତ୍ୟୁ ସହିତ କରୁଛନ୍ତି ସଂଘର୍ଷ

ବଲିଉଡର ଲୋକପ୍ରିୟ ଫ୍ୟାଶନ ଡିଜାଇନର ରୋହିତ ବଳ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ହସପିଟାଲରେ ଆଡମିଟ୍‌ ହୋଇଛନ୍ତି । ତାଙ୍କୁ ଦିଲ୍ଲୀ ଏନସିଆରର ମନ୍ଦାତା ହସପିଟାଲର ଆଇସିୟୁ ଭେଣ୍ଟିଲେଟରରେ ରଖାଯାଇଛି । ଜୀବନ ଓ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି ।

ବଲିଉଡର ଲୋକପ୍ରିୟ ଫ୍ୟାଶନ ଡିଜାଇନର ରୋହିତ ବଳ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ହସପିଟାଲରେ ଆଡମିଟ୍‌ ହୋଇଛନ୍ତି । ଖବର ମୁତାବକ, ରୋହିତଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତାଙ୍କୁ ଦିଲ୍ଲୀ ଏନସିଆରର ମନ୍ଦାତା ହସପିଟାଲର ଆଇସିୟୁ ଭେଣ୍ଟିଲେଟରରେ ରଖାଯାଇଛି । ଜୀବନ ଓ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି । ରୋହିତଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଜାଣି ଅନେକ ସେଲିବ୍ରିଟି ଦୁଃଖୀ ରହିଛନ୍ତି ।

ରୋହିତଙ୍କ ଅନ୍ତରଙ୍ଗ ବନ୍ଧୁଙ୍କ ଠାରୁ ଖବର ମିଳିଛି, ରୋହିତଙ୍କ ଦେହ ହଠାତ୍‌ ଅସୁସ୍ଥ ହୋଇପଡିବାରୁ ପ୍ରଥମେ ତାଙ୍କୁ ସୁରଜ ଢାଲିୟା ହସପିଟାଲରେ ଭର୍ତ୍ତି କରିଥିଲେ । ହୃଦଘାତ ଜନିତ ସମସ୍ୟା ଦେଖାଦେଇଥିବାରୁ ବେହୋସ ହୋଇପଡିଥିଲେ । ତାଙ୍କ ପେସମେକର ୭ଟି ଝଟକା ଦେଇଛି । ପ୍ରଥମେ ତାଙ୍କୁ ମୁଲଚନ୍ଦକୁ ନିଆଯାଇଥିଲା ହେଲେ ସେଠାରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ପରେ ମାନ୍ଦାତା ହସପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ୨୦୧୦ରେ ତାଙ୍କୁ ହାର୍ଟଆଟାକ ହୋଇଥିଲା । ଏହାଛଡା ପ୍ୟାନକ୍ରିଏଟିକରେ ମଧ୍ୟ ସେ ପୀଡିତ । ଗତ କିଛିବର୍ଷ ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରେ ଲାଗିଛି । ୬୨ ବର୍ଷୀୟ ରୋହିତ ଗତ କିଛି ମାସ ହେଲାଣି ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଝଟପଟ ହେଉଛନ୍ତି ।

୨୦୦୧ ଏବଂ ୨୦୦୪ରେ ଇଣ୍ଟରନ୍ୟାସନାଲ ଫ୍ୟାଶନ ଆଓ୍ଵାର୍ଡ, ୨୦୦୬ରେ ଭାରତୀୟ ଫ୍ୟାଶନ ପୁରସ୍କାରରେ ମଧ୍ୟ ‘ଡିଜାଇନର ଅଫ ଦ ଇଅର’ ଆଓ୍ଵାର୍ଡ ମିଳିଥିଲା । ରୋହିତ ବଲିଉଡର ଲୋକପ୍ରିୟ ଫ୍ୟାଶନ ଡିଜାଇନର । ସେ ଅମିତାଭ ବଚ୍ଚନଙ୍କ ଠାରୁ କଙ୍ଗନା ରଣାଓ୍ଵତ, ଈଶା ଗୁପ୍ତାଙ୍କ ଭଳି ଅନେକ ସେଲିବ୍ରିଟ ପାଇଁ ଡ୍ରେସ ଡିଜାଇନିଂ କରିଛନ୍ତି । ତେବେ ଫ୍ୟାନ୍ସ ତାଙ୍କ ଶୀଘ୍ର ସୁସ୍ଥ କାମନା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.