ଲୋନ୍ ଆପ୍ ଡାଉନଲୋଡ୍ କରି ଫସିଲେ ବ୍ୟାଙ୍କ ଅଧିକାରୀ, ନ୍ୟୁଡ୍ ଫଟୋ ପଠାଇବାକୁ ଧମକ ଦେଲେ
ଲୋନ୍ ଆପ୍ ଡାଉନଲୋଡ୍ କରି ଫସିଲେ ବ୍ୟାଙ୍କ ଅଧିକାରୀ । ଆପ୍ ଇନଷ୍ଟଲ୍ ପରେ ୩ଟି ପର୍ଯ୍ୟାୟରେ ଆସିଲା ଟଙ୍କା । କିଛି ଦିନ ପରେ ଆରମ୍ଭ ହେଲା ବ୍ଲାକମେଲିଂ । ଭୁବନେଶ୍ୱରର ଜଣେ ଯୁବତୀ ପ୍ଲେ ଷ୍ଟୋରରୁ ଲୋନ୍ ଆପ୍ ଡାଉନଲୋଡ କରିଥିଲେ ।

ଭୁବନେଶ୍ୱର : ଲୋନ୍ ଆପ୍ ଡାଉନଲୋଡ୍ କରି ଫସିଲେ ବ୍ୟାଙ୍କ ଅଧିକାରୀ । ଆପ୍ ଇନଷ୍ଟଲ୍ ପରେ ୩ଟି ପର୍ଯ୍ୟାୟରେ ଆସିଲା ଟଙ୍କା । କିଛି ଦିନ ପରେ ଆରମ୍ଭ ହେଲା ବ୍ଲାକମେଲିଂ । ଭୁବନେଶ୍ୱରର ଜଣେ ଯୁବତୀ ପ୍ଲେ ଷ୍ଟୋରରୁ ଲୋନ୍ ଆପ୍ ଡାଉନଲୋଡ କରିଥିଲେ । ପରେ ୩ଟି ପର୍ଯ୍ୟାୟରେ ତାଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିଲା ।
କିଛିଦିନ ପରେ ଆକାଉଣ୍ଟକୁ ଆସିଥିବା ଟଙ୍କା ଠାରୁ ୩ଗୁଣ ଅଧିକ ଟଙ୍କା ପରିଶୋଧ କରିବାକୁ ଫୋନ କଲ୍ ଆସିଥିଲା। ଯୁବତୀ ମନା କରିବାରୁ ତାଙ୍କ ଫୋନ ହ୍ୟାକ୍ କରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନେଇଯାଇଥିଲେ ସାଇବର ଠକ ।
ଯୁବତୀଙ୍କ ଫଟୋ ସହ ସମସ୍ତ କଣ୍ଟାକ୍ଟ ନମ୍ବର ନେଇ କଲ୍ କରିଥିଲେ । ଏପରିକି ଫଟୋ ଏଡିଟ୍ କରି ନ୍ୟୁଡ୍ ଫଟୋ ପଠାଇବାକୁ ଧମକ ଦେଇଥିଲେ । ବାରମ୍ବାର ଫୋନ ଆସିବାରୁ ଏବେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବତୀ ।