ଅନୁଗୁଳ ପୋଲିସର ସଫଳତା: ବେଆଇନ ଅସ୍ତ୍ରଶସ୍ତ୍ର ମାମଲାରେ ୫ ମାସ ଲୁଚକାଳି ଖେଳିବାବିପରେ ଶେଷରେ ଧରା ପଡିଲା ବାପି

ଅନୁଗୁଳ: ପୋଲିସ ସହ ୫ ମାସ ଲୁଚକାଳି ଖେଳିବାବିପରେ ଶେଷରେ ଅନୁଗୁଳ ପୋଲିସ ହାତରେ ଧରାପଡି କୋର୍ଟ ଚାଲାଣ ହୋଇଛି ବାପି ଓରଫ ସତ୍ୟଜିତ ପ୍ରଧାନ । ଗତ ଜାନୁଆରୀ ୨୬ ତାରିଖରେ ବାପିକୁ ବେଆଇନ ଅସ୍ତ୍ରଶସ୍ତ୍ର ମାମଲାରେ ପୋଲିସ ଗିରଫ କରିଥିଲା । ତା ନିକଟରୁ ୩ ଟି ବନ୍ଧୁକ ସହ ୯ଟି ଜୀବନ୍ତ ଗୁଳି ଓ ଏକ ବୁଲେଟ ମୋଟର ସାଇକେଲ ଜବତ କରିବା ସହିତ  କୋର୍ଟ ଚାଲାଣ କରିଥିଲା । ତେବେ ବାପିକୁ କୋର୍ଟ ଚାଲାଣ କରିବାର ୩୦ ମିନିଟ ମଧ୍ୟରେ ବାପିକୁ ଜାମିନ ମିଳିଯାଇଥିଲା ।

ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେବା ପରେ ବେଲ ଆବେଦନ ଖାରଜ ପାଇଁ ପୋଲିସ ସରକାରୀ ଓକିଲଙ୍କ ଜରିଆରେ ଆବେଦନ କରିଥିଲା । ଏହି ଆବେଦନକୁ ଗ୍ରହଣ କରି ବାପିର ଜାମିନ୍ ଖାରଜ କରିବା ସହ ବାପିକୁ ଆତ୍ମସମର୍ପଣ ପାଇଁ କୋର୍ଟ ନିର୍ଦେଶ ଦେଇଥିଲେ । ତେବେ ସେବେଠାରୁ ବାପି ଫେରାର ହୋଇ ଯାଇଥିଲା ।

ପୋଲିସ ସୂଚନା ଅନୁସାରେ ବାପି ରାଇପୁରର ଘଡିଚୌକ ନାମକ ଏକ ଜାଗାରେ ଆତ୍ମଗୋପନ କରିଥିଲା । ତେବେ ତିନିଦିନ ତଳେ ବାପି ଅନୁଗୁଳଠାରେ ଥିବା ନିଜ ବାସଭବନକୁ ଆସିଥିବା ଖବର ପାଇ ପୋଲିସ ଚଢ଼ାଉ କରି ସେଠାରୁ ବାପିକୁ ଗିରଫ କରିବାରେ ସଫଳ ହୋଇଛି। ଏହା ପରେ ବାପିକୁ କୋର୍ଟ ଚାଲାଣ କରିଛି । ଦେଢ଼ବର୍ଷ ତଳେ ସମ୍ବଲପୁର ଗୁଜୁରାତିପଡାର ଜଣେ ବ୍ୟକ୍ତିଙ୍କ ଠାରୁ ବାପି ବନ୍ଧୁକ କିଣିଥିଲା । ଉକ୍ତ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.