ମଦ ପାଇଁ ବେଲଗାମ ଲୋକେ, ସରକାରଙ୍କ କଟକଣାକୁ ଖୋଲାଖୋଲି କଲେ ଉଲ୍ଲଂଘନ

ଆନନ୍ଦପୁର(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଠାରେ ଅନଲାଇନ ନୁହେଁ, କାଉଣ୍ଟରରେ ମଦ ମିଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏନେଇ ସରକାରୀ କଟକଣାକୁ ଫୁ କରି ଉଡ଼େଇ ଦେଇଛନ୍ତି ଲୋକେ। ଦୋକାନ ପକ୍ଷରୁ ଅନଲାଇନରେ ମଦ ଡେଲିଭରି ପାଇଁ ହ୍ଵାଟ୍‌ସ ଆପ୍‌ ନଂ ଜାରି ହୋଇଛି। କିନ୍ତୁ ଏହି ନମ୍ବରରେ ଯୋଗାଯୋଗ କଲେ ଦୋକାନକୁ ଆସିବାକୁ କୁହାଯାଉଥିବା କହିଛନ୍ତି ଗ୍ରାହକ। ଏଥିସହ ଡେଲିଭରି ଚାର୍ଜ ବାବଦକୁ ମଧ୍ୟ ଅଧିକ ଶହେ ଟଙ୍କା ନିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ ସିଧାସଳଖ ମଦ ଦୋକାନରୁ କିଣାବିକା ହେଲେ ସାମାଜିକ ଦୂରତା ବଜାୟ ରଖିବା ଅସମ୍ଭବ ଏବଂ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଥିବାରୁ ଅନଲାଇନରେ ମଦ ବିକ୍ରିକୁ ଅନୁମତି ପ୍ରଦାନ କରାଯାଇଥିଲା। ତେବେ ଆନନ୍ଦପୁରର ଏ ମଦ ଦୋକାନକୁ ଦେଖିଲେ ନିୟମକୁ ଦୋକାନୀ କେମିତି ମାନୁଛନ୍ତି ତାହା ସ୍ପଷ୍ଟ ଅନୁମାନ କରିହେଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.