ଟ୍ରେନରୁ ଖସିଯାଉଥିବା ୧୮ ଜଣ ପ୍ରବାସୀଙ୍କୁ କାବୁ କଲା ବଇଣ୍ଡା ଆରପିଏଫ

ଅନୁଗୁଳ : କଥାରେ ଅଛି ‘ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ’, କିଛି ଏହିଭଳି ଢଙ୍ଗରେ ବାରମ୍ବାର ଭୁଲ ଉପରେ ଭୁଲ୍ କରିଚାଲିଛନ୍ତି ରାଜ୍ୟ ବାହାରୁ ଓଡିଶା ଆସୁଥିବା ପ୍ରବାସୀ ଓଡିଆ | ଆଜି ଅନୁଗୁଳ ଜିଲ୍ଲା ବଇଣ୍ଡା ରେଳ ଷ୍ଟେସନ ଠାରୁ ୧ କିମି ଦୂର ୫୫ନଂ ଜାତୀୟ ରାଜପଥ ଉପରେ ଥିବା ରେଳ ଫାଟକ ନିକଟରେ ଏକ ଟ୍ରେନ ଅହମଦାବାଦ ରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଓଡ଼ିଶାର କଟକ ରେଳ ଷ୍ଟେସନ ଅଭିମୁଖେ ଆସୁଥିଲା। କିନ୍ତୁ ଦୁଃର୍ଭାଗ୍ୟ ବଶତଃ ଟ୍ରେନଟି ବଇଣ୍ଡା ରେଳ ଷ୍ଟେସନକୁ ଅତିକ୍ରମ କରିବା ପରେ ନିକଟରେ ଟ୍ରେନ ସାମ୍ନାକୁ ଏକ ଗାଈ ଚାଲିଆସିବାରୁ ଦୁର୍ଘଟଣା ଘଟିଥିଲା |

ଦୁର୍ଘଟଣାଟି ଘଟିବା ଫଳରେ ଟ୍ରେନଟିର ହୋସ ପାଇପଟି ଫାଟିଯିବାରୁ ଟ୍ରେନଟି ସେହି ସ୍ଥାନରେ ଅଟକି ଯାଇଥିଲା। ଯାହାଫଳରେ ଟ୍ରେନଟି ଅଟକି ଯାଇଥିଲା । ଯାହାର ସୁଯୋଗ ନେଇ ଟ୍ରେନ ଭିତରେ ଥିବା ଆଠମଲ୍ଲିକ ଓ ଠାକୁରଗଡ ଅଞ୍ଚଳର ୧୮ ଜଣ ପ୍ରବାସୀ ଯୁବକ ଟ୍ରେନରୁ ଓହ୍ଲାଇ ନିକଟସ୍ଥ ଜଙ୍ଗଲରେ ଲୁଚିଥିଲେ | ଖବର ପାଇ ସଙ୍ଗେ ସଙ୍ଗେ ବଇଣ୍ଡା ଆରପିଏଫ ଅଧିକାରୀ ଏ.କେ ଗଡ଼ନାୟକ ସଦଳବଳ ନେଇ ଖୋଜାଖୋଜି କରି ସମସ୍ତ ୧୮ ଜଣକୁ କାବୁ କରିଥିଲେ | ବଇଣ୍ଡା ଫାଣ୍ଡି ଅଧିକାରୀ ସନାତନ ମହାରଣା ଘଟଣା ସ୍ଥଳରେ ପହଞ୍ଚି ବଇଣ୍ଡା ଗାଁର ସଙ୍ଗରୋଧ କେନ୍ଦ୍ରକୁ ୧୦ ଜଣ ଓ ଲୁହାମୁଣ୍ଡା ସଙ୍ଗରୋଧ କେନ୍ଦ୍ରକୁ ୮ ଜଣ ପ୍ରବାସୀଙ୍କୁ ପଠାଇଥିବା ଜଣାପଡିଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.