ସ୍ନାନଯାତ୍ରା ପାଇଁ ନିୟୋଜିତ ସୀମିତ ସଂଖ୍ୟକ ଦଇତାପତି ସେବାୟତଙ୍କର ଆଜି ହେବ କୋଭିଡ ଟେଷ୍ଟ

ପୁରୀ: ସ୍ନାନଯାତ୍ରା ପାଇଁ ସୀମିତ ସଂଖ୍ୟକ ସେବାୟତ ସେବାନୀତି କରିବା ପାଇଁ ନିଷ୍ପତ୍ତି ହୋଇଛି । କରୋନା ମହାମାରୀକୁ ଆଖିରେ ରଖି ଏହି ନିଷ୍ପତ୍ତି  ନିଆଯାଇଥିବାବେଳେ, ନିୟୋଜିତ ସମସ୍ତ ସେବାୟତଙ୍କ କୋଭିଡ ଟେଷ୍ଟ କରାଯିବ । ଦଇତାପତି ସେବାୟତଙ୍କର ଏହି ଟେଷ୍ଟ ଆଜି ଓ ଆସନ୍ତାକାଲି ହେବ। ଏହା ସହିତ ୨୯ ଓ ୩୦ ତାରିଖରେ ଗରାବଡୁ ସେବାୟତଙ୍କ କୋଭିଡ ଟେଷ୍ଟ ହେବ। ତେବେ କେତେ ସଂଖ୍ୟକ ଗରାବଡୁ ସେବାୟତଙ୍କର କୋଭିଡ୍‌ ଟେଷ୍ଟ ହେବ ତାହା ସଂପୃକ୍ତ ନିଯୋଗ ତାଲିକା ଦେବାପରେ ନିଷ୍ପତ୍ତି ନିଆଯିବ।

ସେହିପରି ପର୍ଯ୍ୟାୟକ୍ରମେ ଅନ୍ୟ ୯ ନିଯୋଗମାନଙ୍କର କୋଭିଡ୍‌ ଟେଷ୍ଟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଅନ୍ଯପକ୍ଷେ ବିଭିନ୍ନ ନିଯୋଗ ସେମାନଙ୍କ ସେବାୟତଙ୍କ ତାଲିକା ଦାଖଲ କରୁଛନ୍ତି। ଖୁଣ୍ଟିଆ ସେବାୟତ ସେମାନଙ୍କ ସଂଖ୍ୟା ୪୦ ପରିବର୍ତ୍ତେ ୧୦ଜଣରେ ସୀମିତ ରଖିବେ ବୋଲି କହିଛନ୍ତି। ପ୍ରତିବର୍ଷ ପ୍ରାୟ ୨ହଜାରରୁ ଅଧିକ ସେବାୟତ ସ୍ନାନଯାତ୍ରାରେ ସାମିଲ ହେଉଥିବା ବେଳେ ଚଳିତବର୍ଷ ମହାମାରୀ ପାଇଁ ସାମାଜିକ ଦୂରତ୍ବକୁ ପାଇଁ ଏହା ମାତ୍ର ୫ଶହ ଭିତରେ ସୀମିତ ରହିବ ବୋଲି ଜଣାପଡୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.