ବାର୍‌ହା ଆକ୍ରମଣରେ ୫ଜଣ ଆହତ,

ନୂଆପଡ଼ା : ବାର୍‌ହା ଆକ୍ରମଣରେ ୫ଜଣ ଆହତ। ପରେ ବାରହାକୁ ପିଟିପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକେ। ନୂଆପଡ଼ାର ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ଗାଁରେ ଘଟିଛି ଏଭଳି ଘଟଣା। ଜଙ୍ଗଲରୁ ଚାଲିଆସିଥିବା ଏକ ବାରହା ଆଜି ସକାଳେ ଗାଁ ପୋଖରୀ ନିକଟରେ କିଛି ଲୋକଙ୍କୁ ଆକ୍ରମଣ କରିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଗ୍ରାମବାସୀମାନେ ବାରହାକୁ ପିଟିପିଟି ମାରିଦେଇଛନ୍ତି । ଖବର ପାଇ ସିନାପାଲି ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ବାରହାକୁ ଜବତ କରି ବ୍ୟବଚ୍ଛେଦକୁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଥିବା ସିନାପାଲି ବନବିଭାଗ ରେଞ୍ଜର ମୁରାରୀ ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି । ଗୁରୁତର ୫ଜଣଙ୍କୁ ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.