Below header

ଯାଜପୁର : ଅଂଶୁଘାତରେ ମୃତ୍ୟୁ ଅଭିଯୋଗ

ଯାଜପୁର : ବଡ଼ଚଣା ବ୍ଲକ ଧାନମଣ୍ଡଳରେ ଅଂଶୁଘାତ ମୃତ୍ୟୁ ଅଭିଯୋଗ । ମୃତକ ଜଣକ ଧାନମଣ୍ଡଳ ଗାଁର ଶଶୀଭୂଷଣ ଦାସ। ଆଜି ସକାଳୁ ସେ ଜଙ୍ଗଲକୁ ଜାଳେଣି ପାଇଁ ଯାଇଥିବା ବେଳେ ଅଚେତ ଅବସ୍ଥାରେ ପଡ଼ିଥିବା କିଛି ଗ୍ରାମବାସୀ ଦେଖିଥିଲେ। ପରେ ତାଙ୍କୁ ଆମ୍ବୁଲାନ୍‌ସ ଯୋଗେ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅତ୍ୟଧିକ ଖରା ସହ୍ୟ କରିନପାରି ତାଙ୍କର ମୃତ୍ୟୁ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.