ଢେଙ୍କାନାଳ : ବାଣରୁ ନିଆଁ ଲାଗି ବିସ୍ଫୋରଣ, ୩ ଜଣ ଆହତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କୁମ୍ଭାର ସାହିରେ ଭୟାବହ ବିସ୍ଫୋରଣ । ବାଣରୁ ନିଆଁ ଲାଗି ବିସ୍ଫୋରଣ ହେବାରୁ ୩ ଜଣ ଆହତ ହୋଇଛନ୍ତି । ଏଥିରେ ଛାତଘରର କାନ୍ଥ ଭାଙ୍ଗି ଯାଇଥିବା ବେଳେ ଆଜବେଷ୍ଟ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ସୂଚନା ମୁତାବକ, କୁମ୍ଭାର ସାହିର ଦିନୋଜ ସାହୁଙ୍କ କୋଠା ଘର ଉପରେ ରଖାଯାଇଥିବା ବାଣରେ ପ୍ରଚଣ୍ଡ ଖରା ତାତିରୁ ନିଆଁ ଲାଗି ଏଭଳି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.