ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ, ଦିନ ୧୧ଟାରୁ ବୋର୍ଡ ୱେବସାଇଟରେ ହେବ ଉପଲବ୍ଧ

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ସକାଳ ୯ଟାରେ ପ୍ରକାଶ ପାଇବ ପରୀକ୍ଷା ଫଳ । ବୋର୍ଡର ୱେବସାଇଟ www.bseodisha.nic.in, www.bseodisha.ac.in ରେ ସକାଳ ୧୧ଟାରେ ରେଜଲ୍‌ଟ ଉପଲବ୍ଧ ହେବ। ମାଧ୍ୟମିକ ଶିକ୍ଷା ବୋର୍ଡ ସହ ଓପନ ସ୍କୁଲ ଓ ମଧ୍ୟମାର ମଧ୍ୟ ଫଳ ପ୍ରକାଶ ପାଇବ। ବୋର୍ଡର ୨ଟି ଯାକ ୱେବସାଇଟରେ ଏହା ଉପଲବ୍ଧ ହେବ। ଫଳ ପ୍ରକାଶ ନେଇ ଘୋଷଣା କରିଛନ୍ତି ବୋର୍ଡ ସଭାପତି ଜାହାନ ଆରା ବେଗମ। ଗଣଶିକ୍ଷା ସଚିବ ଓ ମାଧ୍ୟମିକ ଶିକ୍ଷା ବୋର୍ଡ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଫଳ ପ୍ରକାଶ ପାଇବ। ୱେବସାଇଟରେ ଫଳ ପ୍ରକାଶ ପରେ ଓଏମଆର ସିଟ ଅପଲୋଡ ହେବ।

ବାତ୍ୟା ଫନି ପାଇଁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ହୋଇଛି। ଚଳିତ ଥର ତ୍ରୁଟିଶୂନ୍ୟ ଭାବେ ରେଜଲ୍ଟ ପ୍ରକାଶ ଉପରେ ବୋର୍ଡ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇଛନ୍ତି। ଚଳିତ ବର୍ଷ ୨ହଜାର ୮୩୦ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୨ ହଜାର ୬୯୯ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଏଥିସହ ୪୪ ଟି କେନ୍ଦ୍ରରେ ୩ ହଜାର ୯ ଜଣ ପରୀକ୍ଷାର୍ଥୀ ମଧ୍ୟମା ଓ ୭୯ଟି ପରୀକ୍ଷା କେନ୍ଦ୍ରରେ ୧୨ ହଜାର ୧୨ ଜଣ ଓପନ ସ୍କୁଲ ପରୀକ୍ଷା ଦେଇଛନ୍ତି । ଏପ୍ରିଲ ୫ ତାରିଖରୁ ମାଟ୍ରିକ ଖାତାଦେଖା ଆରମ୍ଭ ହୋଇଥିଲା । କୌଣସି ବିଶୃଙ୍ଖଳାକୁ ଏଡାଇବା ପାଇଁ ମୂଲ୍ୟାୟନ କେନ୍ଦ୍ର ମଧ୍ୟକୁ ମୋବାଇଲ ଫୋନ ଓ ଅନ୍ୟ ଇଲେକ୍ଟ୍ରୋନିକ୍ସ ଜିନିଷ ବନ୍ଦ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.