କଟକ(କେନ୍ୟୁଜ୍): କଟକ ବାରଙ୍ଗ ଥାନା ଗୋଡିସାହି ଅଞ୍ଚଳର ଗୋପାଳ ନାୟକ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ । ପର୍ଦ୍ଦାଫାସ କଲା ବାରଙ୍ଗ ଥାନା ପୋଲିସ । ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ହୋଇଥିବା ସ୍ପଷ୍ଟ କଲା ପୋଲିସ। ହତ୍ୟା ଅଭିଯୋଗରେ ଗୋପାଳଙ୍କ ପତ୍ନୀ ଓ ପତ୍ନୀଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ପୋଲିସ। ଗୋଡି ସାହି କାଜୁ ବଣ ଭିତରେ ହତ୍ୟା କରାଯାଇଥିଲା । କମିଶନରେଟ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦିଆଯାଇଛି। ପଥରରେ ଛେଚି ଗୋପାଳକୁ ହତ୍ୟା କରାଯାଇଥିଲା।
ଆଜି ଘଟଣା ସ୍ଥଳକୁ ଅଭିଯୁକ୍ତମାନଙ୍କ ନେଇ କ୍ରାଇମ୍ ସିନ ରି-କ୍ରିଏସନ କରିଛି ପୋଲିସ । ଗତ ୨୧ ତାରିଖ ଦିନ ଏହି ହତ୍ୟାକାଣ୍ଡ ଘଟିଥିଲା । ଗୋପାଳ ଓ ଝୁମୁରି ୧୫ବର୍ଷ ତଳେ ବିବାହ କରିଥିଲେ। ବିବାହର ଏକ ବର୍ଷ ପରେ ପାରିବାରିକ ଅଶାନ୍ତି ଦେଖା ଦେଇଥିଲା