କଂସ ରାଜାଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ଗଗନ ପବନ: ଡିସେମ୍ବର ୨୭ରୁ ଜାନୁୟାରୀ ୬ ଯାଏଁ ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା

ବରଗଡ଼(କେନ୍ୟୁଜ୍): ଚଳିତ ବର୍ଷ ଅନୁଷ୍ଠିତ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା। ଡିସେମ୍ବର ୨୭ ତାରିଖରୁ ଜାନୁୟାରୀ ୬ ତାରିଖ ଯାଏ ବିଶ୍ୱର ସର୍ବବୃହତ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ ଧନୁଯାତ୍ରା। ୧୦ ଦିନ ଧରି ହେବାକୁ ଥିବା ଯାତ୍ରାରେ ବରଗଡ଼ ସହର ମଥୁରା ନଗରୀ ଏବଂ ଅମ୍ବାପାଲି ଗୋପପୁର ପାଲଟିବ। ମହାରାଜା କଂସଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ଗଗନ ପବନ। ଏନେଇ ବରଗଡ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଧନୁଯାତ୍ରା ମହୋତ୍ସବ ସମିତିର ସାଧାରଣ ପରିଷଦ ବୈଠକରେ ନିଷ୍ସତ୍ତି ହୋଇଛି।

ଧନୁଯାତ୍ରା ମହୋତ୍ସବ ସମିତି ସଭାପତି ତଥା ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ସଭାପତିତ୍ୱରେ ବସିଥିଲା ବୈଠକ। ଏଥିରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ , ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବରଗଡ ଏସପି ପରମାର ସ୍ମିତ ପୁରୁଷୋତ୍ତମ ଦାଶଙ୍କ ସମେତ ଧନୁଯାତ୍ରା କମିଟିର ସଦସ୍ୟ ଉପସ୍ଥିତ ଥିଲେ। କୋଭିଡ କଟକଣା ପାଇଁ ବନ୍ଦ ରହିଥିଲା ଧନୁଯାତ୍ରା ମହୋତ୍ସବ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.