Below header

ଯାଜପୁର: ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ତିଆରି ହେବ ବ୍ୟାରେଜ, ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁର ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ତିଆରି ହେବ ବ୍ୟାରେଜ । ସ୍ଥାନୀୟ ଏବଂ ଆଖାପାଖ ଅଚଂଳରେ ଜଳସେଚନ ବ୍ୟବସ୍ଥା କରିବା ପାଇଁ ଏହି ବ୍ୟାରେଜ ବିଶେଷ ସହାୟକ ହେବ । ଆଜି ଭିଡିଓ କନପଂରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ।

jajpur barage

ଏହି ପ୍ରକଳ୍ପ ପାଇଁ ୧୧୮ କୋଟି ଟଙ୍କା ଖର୍ଚ୍ଚ ହେବା ପାଇଁ ବ୍ୟୟ ଅଟକଳ କରାଯାଇଛି । ଯାଜପୁର ବ୍ଲକ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ,ବ୍ଲକ ଅଧ୍ୟକ୍ଷ ପ୍ରଦୀପ ନାୟକ ଏବଂ ବିଡିଓ ସୌରଭ ଚକ୍ରବର୍ତି ପ୍ରମୁଖ ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.