ଇଂଲଣ୍ଡ କ୍ରିକେଟ୍‌ ଦଳର ସାତ ଜଣ ଖେଳାଳି କରୋନାରେ ସଂକ୍ରମିତ

ଲଣ୍ଡନ : ଇଂଲଣ୍ଡ କ୍ରିକେଟ୍‌ ଦଳରେ କରୋନା ଭୟ । ଏହାର ୭ ଜଣ ସଦସ୍ୟ କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି । ତେଣୁ ସେମାନଙ୍କୁ କ୍ୱାରେଣ୍ଟାଇନ୍‌କୁ ପଠା ଯାଇଛି ।

ବ୍ରିଷ୍ଟଲ ଠାରେ ଶ୍ରୀଲଙ୍କା ସହ ଖେଳା ଯାଇଥିବା ଦିନିକିଆ ମ୍ୟାଚ୍‌ ପରେ ସୋମବାର ଦିନ ଖେଳାଳିମାନଙ୍କୁ କରୋନା ପରୀକ୍ଷା କରାଯାଇଥିଲା । ନମୂନା ଯାଞ୍ଚ ପରେ ଦଳର ୭ ଜଣ ଖେଳାଳି ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ଏମାନଙ୍କ ମଧ୍ୟରେ ୧୧ ଜଣିଆ ଦଳରୁ ତିନି ଜଣ ଏବଂ ଅତିରିକ୍ତ ଖେଳାଳିମାନଙ୍କ ମଧ୍ୟରୁ ଚାରି ଜଣ ଅଛନ୍ତି ।

ଅବଶ୍ୟ ସଂକ୍ରମିତ ଖେଳାଳିଙ୍କ ନାମ ପ୍ରକାଶ କରାଯାଇ ନାହିଁ । ତେବେ ପାକିସ୍ତାନ ବିପକ୍ଷରେ ଏକ ନୂଆ ଦଳ ଘୋଷଣା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.