ଘରେ ଥିବା ଆଳୁ-ପିଆଜ ଗଜା ହୋଇଯାଉଛି କି! ଅଧିକ ଦିନ ଯାଏଁ ଭଲ ରଖିବାକୁ ଆପଣାନ୍ତୁ ଏହି ଉପାୟ

ଘରକୁ ଆସୁଥିବା ଆଳୁ ପିଆଜ କିଛି ଦିନ ରହିବା ପରେ ଗଜା ହେବାରେ ଲାଗିଥାଏ। ଯେତେ ଭଲରେ ରଖିଲେ ବି କିଛିଦିନ ପରେ ଏଥିରେ ଛୋଟ ଛୋଟ ଗଜା ହୋଇଯାଏ। ତେବେ ଆଜି ଆମେ ଆପଣଙ୍କୁ କିଛି ଏଭଳି ଉପାୟ କହିବୁ, ଯାହାକୁ ଆପଣାଇଲେ ଆପଣଙ୍କ ଘରେ ଥିବା ଆଳୁ ପିଆଜ ଆଉ ଗଜା ହେବ ନାହିଁ…

  • ଆଳୁକୁ ସବୁବେଳେ କାଗଜରେ ଗୁଡ଼ାଇ ରଖନ୍ତୁ।
  • ଏହାକୁ ସବୁବେଳେ ଅନ୍ଧାରୁଆ ଓ ଥଣ୍ଡା ଜାଗାରେ ରଖନ୍ତୁ।
  • ଯଦି ଆଳୁ ଉପର ଓଦା ହୋଇଯାଇଛି ତେବେ ତାହାକୁ ଭଲ ଭାବେ ପୋଛି ରଖନ୍ତୁ।
  • ଆପଣ ଚାହିଁଲେ ଆଳୁକୁ ଏକ ଶୁଖିଲା କପଡ଼ା ବ୍ୟାଗ୍‌ରେ ବି ରଖିପାରିବେ।
  • ଗରମ ଜାଗାରେ ଆଳୁ କିମ୍ବା ପିଆଜ ରଖିଲେ, ସେଥିରେ ଗଜା ହୋଇଯାଏ।
  • ପିଆଜକୁ ସବୁବେଳେ ପବନ ଆତଯାତ ହେଉଥିବା ସ୍ଥାନରେ ରଖନ୍ତୁ।
  • ଆଳୁ ଓ ପିଆଜକୁ ଅନ୍ୟ ପନିପରିବା ଠାରୁ ଅଲଗା ରଖନ୍ତୁ।
  • ଆଳୁ ଓ ପିଆଜକୁ ଏକାଠି ମଧ୍ୟ ରଖନ୍ତୁ ନାହିଁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.