ସାକ୍ଷ୍ୟ ଗ୍ରହଣ ପାଇଁ କୋର୍ଟରେ ପହଞ୍ଚିଲେ ଅନୁଭବ କିନ୍ତୁ ଜେରା କରିବାକୁ ଆସିଲେନି ବର୍ଷାଙ୍କ ଓକିଲ

କଟକ(କେନ୍ୟୁଜ୍): କଟକ ପରିବାର ଅଦାଲତରେ ବହୁ ଚର୍ଚ୍ଚିତ ଅଭିନେତ୍ରୀ ବର୍ଷା ଓ ସୁପରଷ୍ଟାର ଅନୁଭବଙ୍କ ବିବାଦ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ ଆଜି କୋର୍ଟରେ ଉପସ୍ଥିତ ହୋଇଥିଲେ ସାଂସଦ ସୁପରଷ୍ଟାର ଅନୁଭବ ମହାନ୍ତି। ପ୍ରତିପକ୍ଷ ଓକିଲ ଅର୍ଥାତ ବର୍ଷାଙ୍କ ଆଇନଜୀବୀ ତାଙ୍କୁ ଜେରା କରିବା କଥା। କିନ୍ତୁ କୋର୍ଟରେ ବର୍ଷାଙ୍କ ଆଇନଜୀବୀ ଅନୁପସ୍ଥିତ ରହିବାରୁ କୌଣସି ପ୍ରକାର ଜେରା ହୋଇ ପାରିଲା ନାହିଁ। ଅନୁଭବଙ୍କ ପକ୍ଷର ସାକ୍ଷ୍ୟ ଗ୍ରହଣ ଶେଷ କରିବାକୁ ଅନୁଭବଙ୍କ ପକ୍ଷରୁ ଏକ ପିଟିସନ ଦାୟର କରାଯାଇଛି। ଏହାକୁ ଗ୍ରହଣ କରି ପରିବାର ଅଦାଲତ ଅନୁଭବଙ୍କ ପକ୍ଷରୁ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଶେଷ କରିଛନ୍ତି। ଏବଂ ଏହା ସହ ପରବର୍ତ୍ତୀ ଶୁଣାଣି ରେ ବର୍ଷାଙ୍କ ପକ୍ଷର ସାକ୍ଷ୍ୟ ଗ୍ରହଣ ହେବ ବୋଲି କୋର୍ଟ କହିଛନ୍ତି।

anubahb

ପରବର୍ତ୍ତୀ ତାରିଖରେ ବର୍ଷାଙ୍କୁ ଜେରା କରିବେ ଅନୁଭବଙ୍କ ଓକିଲ। ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା କଟକ ପରିବାର ଅଦାଲତରେ ଆଜି ସାଂସଦ ଅନୁଭବ ମହାନ୍ତିଙ୍କ ପକ୍ଷରୁ ଦାୟର ହୋଇଥିବା ଛାଡପତ୍ର ଆବେଦନ ଉପରେ କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଅନୁଭବ ମହାନ୍ତି ନିଜେ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇଥିଲେ। ବର୍ଷାଙ୍କୁ ଛାଡପତ୍ର ଦେବାଲାଗି ପ୍ରଥମେ ନୂଆଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଆବେଦନ କରିଥିଲେ ସାଂସଦ ଅନୁଭବ ମହାନ୍ତି। ଏହି ମାମଲା କଟକକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲା କଟକ ସ୍ଥାନାନ୍ତର ହୋଇଥିଲା। ଅନ୍ୟ ପଟରେ ସୋସିଆଲ ମେଡିଆରେ ଅନୁଭବଙ୍କ ବିବାଦୀୟ ପୋଷ୍ଟ ନେଇ ବର୍ଷା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ହାଇକୋର୍ଟ କେହି କାହାରି ବିରୋଧରେ ଆପତ୍ତିଜନକ ପୋଷ୍ଟ କରିବାରୁ ନିବୃତ୍ତ ରହିବାରୁ ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ପୂର୍ବରୁ ଏହି ମାମଲା ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଶୁଣାଣି ହେବାକୁ ଥିବା ବେଳେ ମାମଲାଟି ଜଣିକିଆ ଖଣ୍ଡପୀଠରେ ହେବ ବୋଲି ମୁଖ୍ୟ ବିଚାରପତି ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲା ହାଇକୋର୍ଟଙ୍କ ସାପ୍ତାହିକ ଲିଷ୍ଟରେ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ଚଳିତ ସପ୍ତାହରେ ଏହାର ଶୁଣାଣି ହେବ ବୋଲି ଆଶା ରହିଛି। ଅନ୍ୟପଟରେ ଛାଡପତ୍ର ମାମଲାଟିର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୧୦ ତାରିଖରେ ହେବ ବୋଲି ପରିବାର ଅଦାଲତ ଧାର୍ଯ୍ୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.